ଖେଳ

Shooting: ପୁରୁଷ ୧୦ ମିଟର ବନ୍ଧୁକଚାଳନା: ରୌପ୍ୟ ଜିତିଲେ ହିମାଂଶୁ, ରୁଦ୍ରାଂକ୍ଷଙ୍କୁ କାଂସ୍ୟ

ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ବନ୍ଧୁକଚାଳନାରେ ସୋମବାର ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତ ୨ ପଦକ ହାସଲ କରିଛି। ହିମାଂଶୁ ଧିଲ୍ଲୋଁ ୨୫୨.୪ ସ୍କୋର ସହ ରୌପ୍ୟ ଜିତିଥିବାବେଳେ ରୁଦ୍ରାଂକ୍ଷ ପାଟିଲ...

ନାଗୋୟା: ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ବନ୍ଧୁକଚାଳନାରେ ସୋମବାର ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତ ୨ ପଦକ ହାସଲ କରିଛି। ହିମାଂଶୁ ଧିଲ୍ଲୋଁ ୨୫୨.୪ ସ୍କୋର ସହ ରୌପ୍ୟ ଜିତିଥିବାବେଳେ ରୁଦ୍ରାଂକ୍ଷ ପାଟିଲ ୨୩୦.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ଜିତିଛନ୍ତି। ଏହି ଇଭେଣ୍ଟରେ ଚୀନର ସେଙ୍ଗ ଲିହାଓ ୨୫୪.୨ ସ୍କୋର ସହ ସ୍ବର୍ଣ୍ଣ ଜିତିଛନ୍ତି।

ଦଳଗତରେ ଭାରତକୁ ରୌପ୍ୟ

ଏହା ପୂର୍ବରୁ ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଦଳଗତ ଇଭେଣ୍ଟରେ ରୁଦ୍ରାଂକ୍ଷ, ହିମାଂଶୁ ଓ ପାର୍ଥ ମାଣେଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୮୯୦.୧ ପଏଣ୍ଟ ହାସଲ ସହ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଥିଲା। ଚୀନ ୧୮୯୯.୦ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିବା ସହ ବିଶ୍ୱ ରେକର୍ଡ କରିଛି। ଦକ୍ଷିଣ କୋରିଆ ୧୮୮୪.୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛି। ଏହା ପୂର୍ବରୁ ରବିବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ ଟିମ୍‌ ଇଭେଣ୍ଟରେ ଏଲାଭେନିଲ ଭାଲାରିଭାନ୍‌, ସୋନମ ମସ୍କାର ଓ ବିଦର୍ଶା କେ. ବିନୋଦ ରୌପ୍ୟ ପଦକ ଜିତିଥିଲେ। ଏଲାଭେନିଲ୍‌ ପରେ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ରୌପ୍ୟ ହାସଲ କରିଥିଲେ। ଗତ ହାଂଙ୍ଗଝୁ ଏସୀୟ କ୍ରୀଡ଼ାରେ ଭାରତ ବନ୍ଧୁକଚାଳନାରୁ ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ ସହ ରେକର୍ଡ ୨୨ ପଦକ ଜିତିଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button