ରାଶିଫଳ

Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ…

ବ୍ୟବସାୟ ବଢ଼ାଇବା ଯୋଜନା ଉପରେ ଆଉଥରେ ବିଚାର କରନ୍ତୁ। ଛୋଟ ବଡ଼ ନିଷ୍ପତ୍ତି ନେବାବେଳେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଆପଣଙ୍କର ଲାଭ ହେବ। ସରକାରୀ କର୍ମଚାରୀ ଭଲ ଦାୟିତ୍ବ ପାଇବେ। ପରିବାରରେ ଧାର୍ମିକ କାମର ଯୋଜନା କରିପାରନ୍ତି।

ମେଷ: ବ୍ୟବସାୟ ବଢ଼ାଇବା ଯୋଜନା ଉପରେ ଆଉଥରେ ବିଚାର କରନ୍ତୁ। ଛୋଟ ବଡ଼ ନିଷ୍ପତ୍ତି ନେବାବେଳେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଆପଣଙ୍କର ଲାଭ ହେବ। ସରକାରୀ କର୍ମଚାରୀ ଭଲ ଦାୟିତ୍ବ ପାଇବେ।

ବୃଷ: ପରିବାରରେ ଧାର୍ମିକ କାମର ଯୋଜନା କରିପାରନ୍ତି। ଆପଣଙ୍କ ବ୍ୟବହାରରେ ଭଲ ପରିବର୍ତ୍ତନ ହେବା ଯୋଗୁଁ ଭଲ ବନ୍ଧୁ ହେବେ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।

ମିଥୁନ: ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ସମ୍ବନ୍ଧୀୟ ଗତିବିଧିରେ ସଫଳତା ପାଇପାରନ୍ତି।

କର୍କଟ: ବ୍ୟବସାୟରେ ଲାଭ ପାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବେ। କୌଣସି ପରିଜନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭଲ ଡାକ୍ତରଙ୍କୁ ଦେଖାଇବେ। ଈଶ୍ବର ଆପଣଙ୍କ ସବୁ ମନୋକାମନା ପୂରଣ କରିବେ।

ସିଂହ: ‌ଜମିର ସଉଦା ତରବର ହୋଇ କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମାର୍ଗ ପ୍ରଶସ୍ତ ହେବ। ଆପଣଙ୍କ ସନ୍ତାନର କ୍ୟାରିୟର ବା ପାଠପଢ଼ା ସମ୍ବନ୍ଧୀୟ ଖୁସି ଖବର ପାଇବେ। ଖର୍ଚ୍ଚ ବଢ଼ିପାରେ।

କନ୍ୟା: ଧର୍ମକାର୍ଯ୍ୟରେ ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ। ବଡ଼ଙ୍କର ସହଯୋଗ ସଂପୂର୍ଣ୍ଣ ମାତ୍ରାରେ ପାଇବେ। ଶିକ୍ଷାରେ ଲାଗି ରହିଥିବା ବାଧା ଦୂର ହେବ। ଶୁଭ ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ତୁଳା: ପୂର୍ବରୁ ଯାହାଙ୍କୁ ସାହାଯ୍ୟ କରିଥିଲେ ସେ ଆଜି କାମରେ ଆସିବେ। ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ। ଆପଣଙ୍କ ପାଖରେ ବ୍ୟବସାୟ ବଢ଼ାଇବା ପାଇଁ ଭଲ ମଉକା ଅଛି।

ବିଛା: କାହାରି ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ। ଏକରୁ ଅଧିକ ଉତ୍ସରୁ ଧନପ୍ରାପ୍ତ କରିବେ। ଶାସନ ଓ ପ୍ରଶାସନ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ନିବେଶ ମାମଲାରେ ଆପଣଙ୍କୁ ସୁଯୋଗ ମିଳିବ।

ଧନୁ: କାନୁନ ମାମଲାରେ ତରବର ହୁଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀ କ୍ୟାରିୟରରେ ସଫଳତା ପାଇବେ।

ମକର: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପରିବାରରେ ସୁଖଶାନ୍ତିର ମାହୋଲ ରହିବ। ସାକ୍ଷାତ କୌଣସି ବାଲ୍ୟବନ୍ଧୁ ସହିତ ହେବ। ପୁରୁଣା ସ୍ମୃତି ତାଜା ହେବ।

କୁମ୍ଭ: ନିକଟ ସଂପର୍କୀୟ ସହିତ କାମକୁ ନେଇ ଲାଗି ରହିଥିବା ମନାନ୍ତର ଦୂର ହେବ। ନୂଆ ଲୋକଙ୍କ ସହିତ ଯୋଡ଼ିବା ଯୋଗୁଁ କିଛି ନୂଆ ଶିଖିବାକୁ ପାଇବେ। ଆପଣ ବୁଦ୍ଧି ପ୍ରୟୋଗ କରି ଆଗକୁ ବଢ଼ିବେ।

ମୀନ: ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ ମାମଲାରେ ନିଜର ଦାୟିତ୍ବ ପୂରା କରିବା ପାଇଁ ପରିଶ୍ରମ କରିବାକୁ ହେବ। ପାଖ ଲୋକଙ୍କୁ ଆପଣଙ୍କଠାରୁ କିଛି ପାଇବାର ଆଶା ରହିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button