ଦେଶ ବିଦେଶ
Supreme Court: ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନ ନେଇ ସୁପ୍ରିମକୋର୍ଟରେ ମତଭେଦ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଆବେଦନଗୁଡ଼ିକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଯିବ କି ନାହିଁ, ଏନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟରେ ମତଭେଦ ଦେଖାଦେଇଛି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଓ ନିର୍ବାଚନ ଆୟୁକ୍ତଙ୍କ (ଇସି) ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଆବେଦନଗୁଡ଼ିକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଯିବ କି ନାହିଁ, ଏନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟରେ ମତଭେଦ ଦେଖାଦେଇଛି। ମାମଲାଟି ଏବେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ଯିବ। ବୃହତ୍ତର ପୀଠ ଗଠନ ନେଇ ସିଜେଆଇ ନିଷ୍ପତ୍ତି ନେବେ। ବିଚାରପତି ଦୀପଙ୍କର ଦତ୍ତା ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନରେ ୨୦୨୩ ଆଇନକୁ ଚାଲେଞ୍ଜ କରାଯାଇଥିଲା, ଯେଉଁଥିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପରିବର୍ତ୍ତେ ଚୟନ ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ରଖାଯାଇଥିଲା।
ସୌଜନ୍ୟ ସମ୍ବାଦ




