ରାଜ୍ୟ
Paddy Cultivation Declines ଧାନଚାଷ ଠାରୁ ମୁହଁ ଫେରାଉଛନ୍ତି ଚାଷୀ, ଚଳିତବର୍ଷ ଖରିଫ ଧାନଚାଷ କମିଛି ୩.୨୪ଲକ୍ଷ ହେକ୍ଟର
ଓଡ଼ିଶାରେ ଚଳିତ ଖରିଫ ଋତୁରେ ଧାନଚାଷ ଅଞ୍ଚଳ ୩.୨୪ ଲକ୍ଷ ହେକ୍ଟର କମିଥିବା ବିଧାନସଭାରେ ସରକାରୀ ଉତ୍ତରରୁ ଜଣାପଡ଼ିଛି। ଗତ ଦୁଇ ଖରିଫ ଋତୁରେ ଯଥାକ୍ରମେ ୩୭.୪୯ ଓ ୩୯.୪୨ ଲକ୍ଷ ହେକ୍ଟରରେ ଧାନଚାଷ ହୋଇଥିବା ବେଳେ ଚଳିତ ବର୍ଷ ଏହା ୩୬.୧୮ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି।

ଭୁବନେଶ୍ବର: ଚାଷୀମାନେ ଧାନଚାଷଠାରୁ ମୁହଁ ଫେରାଉଛନ୍ତି। ୨ବର୍ଷ ତୁଳନାରେ ୩.୨୪ଲକ୍ଷ ହେକ୍ଟର କମ୍ ଜମିରେ ଖରିଫ ଧାନଚାଷ କରାଯାଇଛି। ୩୦ଟି ଜିଲ୍ଲା ମଧ୍ୟରେ ମାତ୍ର ୭ଟି ଜିଲ୍ଲାରେ ଧାନଚାଷ ଗତବର୍ଷ ଅପେକ୍ଷା ଅଧିକ ହୋଇଥିବା ବେଳେ ୨୧ଜିଲ୍ଲାରେ ହ୍ରାସ ପାଇଛି ଏବଂ ୨ଟି ଜିଲ୍ଳାରେ ପୂର୍ବବର୍ଷ ଭଳି ସମାନ ପରିମାଣର ଚାଷ ହୋଇଛି।
ସୌଜନ୍ୟ ସମ୍ବାଦ




