ରାଜ୍ୟ
Heavy Rain in Gajapati: ଲଗାଣ ବର୍ଷା: ପାରଳାଖେମୁଣ୍ଡିରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କ ସ୍ଥିତି ସମୀକ୍ଷା
ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ପହଞ୍ଚି ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲାର ବର୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି।

ପାରଳାଖେମୁଣ୍ଡି( ସୁଜିତ ବିଷୋୟୀ): ଲଘୁଚାପ ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶା ବିଶେଷତଃ ଗଜପତି ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଛି। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ପରିସ୍ଥିତିର ସମୀକ୍ଷା ନିମନ୍ତେ ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି।
ସୌଜନ୍ୟ ସମ୍ବାଦ




