ରାଜ୍ୟ

ବାଚସ୍ପତି ଅସୁସ୍ଥ,ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାଚସ୍ପତି ସୁରମା ପାଢ଼ୀ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହୋଇଛନ୍ତି। ଏମ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସାକ୍ଷାତ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଚସ୍ପତି ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀରୁ ନିକଟରେ ଫେରିଥିବା ବେଳେ ଆହତ ହୋଇଥିଲେ । ଏହା ସତ୍ତ୍ୱେ ୨୨ ତାରିଖ ମୌସୁମୀ ଅଧିବେଶନର ପ୍ରଥମ ଦିନ ଗୃହ ପରିଚାଳନା କରିଥିଲେ । ୨୩ ତାରିଖ ସେ ଅସୁସ୍ଥ ଅନୁଭବ କରିବାରୁ ଏମ୍ସ ରେ ଚିକିତ୍ସିତ ହୋଇଛନ୍ତି। ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଏମ୍ସରେ ଭେଟିଛନ୍ତି ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button