Laddu auction : ହାଇଦ୍ରାବାଦର ନିଆରା ଗଣେଶ ଚତୁର୍ଥୀ ,୨୧.୧୧ଲକ୍ଷରେ ଗଣେଶ ଲଡୁ ନିଲାମ

ହାଇଦ୍ରାବାଦ,୨୪ \୯ : ହାଇଦ୍ରାବାଦରେ ଗଣେଷ ଲଡୁର ନିଲାମି । ୨୧.୧୧ ଲକ୍ଷ ଟଙ୍କା ହେଲା ଲଡୁର ଦାମ୍ । ଯାହା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଦାମ ବୋଲି କୁହାଯାଉଛି । ହାଇଦ୍ରାବାଦର ଗେଟେଡ୍ କମ୍ୟୁନିଟିଜ୍ ଗଣେଶ ଚତୁର୍ଥୀ ପର୍ବରେ ଲଡୁ ନିଲାମର ସ୍ୱତନ୍ତ୍ର ମହତ୍ୱ ରହିଛି । ଏହି କ୍ରମରେ କୋଣ୍ଡାପୁରରେ ମାଇଁ ହୋମ୍ ମଙ୍ଗଳାର ଲଡୁ ସର୍ବାଧିକ ୨୧.୧୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏଠାରେ ଅନ୍ୟ ସମୁଦାୟରେ ମଧ୍ୟ ଗଣେଶ ଲଡୁ ନିଲାମ ହୋଇଛି ଏବଂ ଲକ୍ଷାଧିକ ଟଙ୍କାରେ ବୋଲି ପହଞ୍ଚିଛି ।
ପ୍ରଗତିନଗରରେ ରଘୁପତି କାଉଣ୍ଟି ରେକର୍ଡ ୧୩.୬୬ ଲକ୍ଷ ଟଙ୍କାରେ ଲଡୁ କିଣିଛି । ରାଜେନ୍ଦ୍ରନଗର ସ୍ଥିତ ଲନସୁମ ଇଟାନିୟାରେ ୧୩.୫୬ ଲକ୍ଷରେ ଲଡୁ ବିକ୍ରି ହୋଇଛି । କୁକଟପାଲ୍ଲୀ ସ୍ଥିତ ଦେବୀସ୍ଥାନ ହୋମ୍ସ ୧୦.୦୫ ଲକ୍ଷ, ରେନ୍ବୋ ଭିଷ୍ଟାସ୍ ଫେଜ୍-୧ରେ ୭.୫ ଲକ୍ଷରେ ଲଡୁ ନିଲାମ ହୋଇଛି । ମାଇଁ ହୋମ୍ ଅଙ୍କୁରାରେ ୬.୭୯ ଲକ୍ଷରେ ଲଡୁ ନିଲାମ ହେଲା । ରେନ୍ବୋ ଭିଷ୍ଟାସ୍ ରକ୍ ଗାର୍ଡେନ୍ରେ ୪.୧୧ ଲକ୍ଷ, ସାଇବରସିଟି ମରିନାରେ ୩.୫ ଲକ୍ଷ ଟଙ୍କାରେ ନିଲାମ ହେଲା ।
ତେବେ ଏହି ଲଡୁ ନିଲାମ ହାଇଦ୍ରାବାଦର ଏକ ଅନନ୍ୟ ପରମ୍ପରା । ଏହି ଲଡୁ ଯିଏ କିଣିଥାଏ ତାଙ୍କ ଘରେ ସୁଖ,ସମୃଦ୍ଧି ଓ ଧନପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । କଣ ଆପଣଙ୍କ ସମ୍ପଦ୍ରାୟରେ ଏପରି ଲଡୁ ନିଲାମ ହୁଏ ।
ସୌଜନ୍ୟ ପ୍ରମେୟ




