ଦେଶ ବିଦେଶ
Strait of Hormuz: ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଆମେରିକାକୁ ଇରାନର ‘୭ ଦିନିଆ’ ପ୍ରସ୍ତାବ
ଆମେରିକା ଓ ଇସ୍ରାଏଲ୍ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଶାନ୍ତି ଆଲୋଚନା ପାଇଁ ଆମେରିକା ଆଗରେ ଏକ ନୂଆ ‘୭ ଦିନିଆ’ ପ୍ରସ୍ତାବ ରଖିଛି ଇରାନ୍।

ନ୍ୟୁୟର୍କ:ଆମେରିକା ଓ ଇସ୍ରାଏଲ୍ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଶାନ୍ତି ଆଲୋଚନା ପାଇଁ ଆମେରିକା ଆଗରେ ଏକ ନୂଆ ‘୭ ଦିନିଆ’ ପ୍ରସ୍ତାବ ରଖିଛି ଇରାନ୍। ଗୁରୁବାର ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ସଭା ଅବସରରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏହି ସୂଚନା ଦେଇଛନ୍ତି। ମଧ୍ୟସ୍ଥମାନଙ୍କ ଜରିଆରେ ହ୍ୱାଇଟ୍ ହାଉସକୁ ପଠାଯାଇଥିବା ଏହି ଯୋଜନାରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ, ମାତ୍ର ସପ୍ତାହକ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ସ୍ୱାଭାବିକ କରାଯିବ ଏବଂ ଦୁଇ ଦେଶ ମଧ୍ୟରେ ଅନ୍ତିମ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଇରାନର ଏହି ପ୍ରସ୍ତାବ ପରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବ୍ୟାରେଲ୍ ପିଛା ୧୦୮ ଡଲାରରୁ ହ୍ରାସ ପାଇ ୧୦୫.୬୯ ଡଲାରରେ ପହଞ୍ଚିଛି।
ସୌଜନ୍ୟ ସମ୍ବାଦ




