ଦେଶ ବିଦେଶ

CM Mohan Yadav: ଭଙ୍ଗାଯିବ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘର

ସିଂହସ୍ଥ ୨୦୨୮କୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ କରିବା କାମ ଜୋରଦାର ହୋଇଛି। ଏହି କ୍ରମରେ ଖଜୁର ୱାଲି ମସଜିଦରୁ ଅବଦାଲପୁରା, ଜିୱାଜିଗଞ୍ଜ ଥାନା ଦେଇ ଗଣେଶ ଚୌକ ପର୍ଯ୍ୟନ୍ତ ପ୍ରାୟ ୭୩୦ ମିଟର ରାସ୍ତାକୁ ୧୫ ମିଟର ପ୍ରଶସ୍ତ...

ଉଜ୍ଜୟିନୀ: ସିଂହସ୍ଥ ୨୦୨୮କୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ କରିବା କାମ ଜୋରଦାର ହୋଇଛି। ଏହି କ୍ରମରେ ଖଜୁର ୱାଲି ମସଜିଦରୁ ଅବଦାଲପୁରା, ଜିୱାଜିଗଞ୍ଜ ଥାନା ଦେଇ ଗଣେଶ ଚୌକ ପର୍ଯ୍ୟନ୍ତ ପ୍ରାୟ ୭୩୦ ମିଟର ରାସ୍ତାକୁ ୧୫ ମିଟର ପ୍ରଶସ୍ତ କରିବା ଯୋଜନା ରହିଛି। ଏହି ପ୍ରକଳ୍ପରେ ପ୍ରାୟ ୨୭୨ଟି ବାସଭବନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ପ୍ରଶସ୍ତୀକରଣ ପ୍ରକଳ୍ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୈତୃକ ଘର ମଧ୍ୟ ଆସୁଛି। ରିପୋର୍ଟ ଅନୁସାରେ ଘରର କିଛି ଅଂଶ ପ୍ରକଳ୍ପ ପାଇଁ ପ୍ରଭାବିତ ହେବ। ତାଙ୍କ ବଡ଼ ଭଉଣୀ ତଥା ଉଜ୍ଜୟିନୀ ନଗର ନିଗମର ସଭାପତି କଳାବତୀ ଯାଦବଙ୍କ ଘର ମଧ୍ୟ ପ୍ରସ୍ତାବିତ ରାସ୍ତାର ସୀମାରେ ରହିଛି।

ରିପୋର୍ଟ ଅନୁସାରେ, ମୋହନ ଯାଦବଙ୍କ ଜେଜେ ରାମଚନ୍ଦ୍ର ଯାଦବ ୧୯୭୪ ମସିହାରେ ଏହି ଘର ନିର୍ମାଣ କରିଥିଲେ। ପରିବାରର ଅନେକ ସଦସ୍ୟଙ୍କ ଶୈଶବ ଏହି ଘରେ କଟିଛି। ବର୍ତ୍ତମାନ ଘରେ କେହି ରହୁନଥିବା ବେଳେ ପରିବାର ସଦସ୍ୟମାନେ ମଝିରେ ମଝିରେ ସେଠାକୁ ଯାଆସ କରୁଛନ୍ତି।

ରାସ୍ତା ପ୍ରଶସ୍ତୀକରଣ ପାଇଁ ପ୍ରଭାବିତ ଅଞ୍ଚଳର ମାପ ଓ ମାର୍କିଂ

ପ୍ରସ୍ତାବିତ ରାସ୍ତା ପ୍ରଶସ୍ତୀକରଣ ପାଇଁ ନଗର ନିଗମ ପକ୍ଷରୁ ପ୍ରଭାବିତ ଅଞ୍ଚଳର ମାପ ଓ ମାର୍କିଂ କରାଯାଉଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘରରେ ମଧ୍ୟ ଲାଲ ଚିହ୍ନ ଲଗାଯାଇଛି। ପରିବାର ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟରେ ସହଯୋଗ କରିବା ଏବଂ ପ୍ରଭାବିତ ଅଂଶ ହଟାଇବା ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି।
କଳାବତୀ ଯାଦବଙ୍କ କହିବାନୁସାରେ, ଉଜ୍ଜୟିନୀର ବିକାଶ ଓ ସିଂହସ୍ଥ ପ୍ରସ୍ତୁତି ପାଇଁ ରାସ୍ତା ପ୍ରଶସ୍ତୀକରଣ ଆବଶ୍ୟକ। ତାଙ୍କ ଘର ମଧ୍ୟ ପ୍ରକଳ୍ପରେ ପ୍ରଭାବିତ ହେଉଥିବାରୁ ସେମାନେ ଏଥିରେ ସହଯୋଗ କରିବେ। ପ୍ରକଳ୍ପର ଆନୁମାନିକ ଲମ୍ବ ୭୩୦ ମିଟର ଏବଂ ରାସ୍ତାର ପ୍ରସ୍ତାବିତ ପ୍ରସ୍ଥ ୧୫ ମିଟର। ଏହି କାମ ସିଂହସ୍ଥ ୨୦୨୮ ପୂର୍ବରୁ ଉଜ୍ଜୟିନୀର ଯାତାୟତ ଓ ଭିତ୍ତିଭୂମି ବିକାଶର ବ୍ୟାପକ ଯୋଜନାର ଅଂଶ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button