ଦେଶ ବିଦେଶ

Sikkim Landslide: ସିକିମରେ ପ୍ରବଳ ବର୍ଷା: ରିମ୍ବି ଗାଁରେ ଭୂସ୍ଖଳନ, ବହୁ ଘର ଭାଙ୍ଗି ଚୂରମାର

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସିକିମର ଗ୍ୟାଲସିଂ ଜିଲ୍ଲାସ୍ଥିତ ରିମ୍ବି ଗାଁରେ ଗୁରୁବାର ଅଧରାତିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ସରକାରୀ ଆବାସ ସମେତ ବହୁ ସଂଖ୍ୟକ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଗ୍ୟାଲସିଂ: ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସିକିମର ଗ୍ୟାଲସିଂ ଜିଲ୍ଲାସ୍ଥିତ ରିମ୍ବି ଗାଁରେ ଗୁରୁବାର ଅଧରାତିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ସରକାରୀ ଆବାସ ସମେତ ବହୁ ସଂଖ୍ୟକ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ଶୁକ୍ରବାର ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।

ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ୍ ଏହି ବିପର୍ଯ୍ୟୟକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ପ୍ରଭାବିତ ଅଞ୍ଚଳର ଲୋକଙ୍କ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ତୁରନ୍ତ ଆବଶ୍ୟକୀୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବର୍ଷା ଜାରି ଥିବାରୁ ପ୍ରଶାସନ ପକ୍ଷରୁ ଜାରି ସାବଧାନତା ସୂଚନା ମାନିବାକୁ ଏବଂ ଏକାଠି ହୋଇ ସହାୟତାର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button