ରାଜ୍ୟ

Judgement: ହାଇକୋର୍ଟରେ ଖୋର୍ଦ୍ଧା ଜିଲ୍ଲାପାଳ ହାଜର, ବିକଳ୍ପ ପ୍ଲଟ ବ୍ୟବସ୍ଥା କରିବାକୁ ଆଶ୍ବାସନା

ଘରୋଇ ଜମି ଉପରେ ନିର୍ମିତ ବାସଗୃହକୁ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଯିବା ଅଭିଯୋଗ ନେଇ ଦାୟର ମାମଲାରେ ବୁଧବାରର ନିର୍ଦ୍ଦେଶ ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ ଋତୁରାଜ ହାଇକୋର୍ଟରେ ହାଜର ହୋଇଥିିଲେ।

କଟକ: ଘରୋଇ ଜମି ଉପରେ ନିର୍ମିତ ବାସଗୃହକୁ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଯିବା ଅଭିଯୋଗ ନେଇ ଦାୟର ମାମଲାରେ ବୁଧବାରର ନିର୍ଦ୍ଦେଶ ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ ଋତୁରାଜ ହାଇକୋର୍ଟରେ ହାଜର ହୋଇଥିିଲେ। ଶୁଣାଣି ବେଳେ ଆବେଦନକାରୀଙ୍କ ଅଭିଯୋଗରେ ସତ୍ୟତା ରହିଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିଥିଲେ। ଥଇଥାନ ବା ପୁନର୍ବାସ ଭଳି ବ୍ୟବସ୍ଥା ନ କରି ଘରୋଇ ଜମି ଉପରେ ଥିବା ବାସଗୃହକୁ କେଉଁ ପରିସ୍ଥିତିରେ ଭାଙ୍ଗିଦିଆଯାଇଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ।

ଏକ ବିକଳ୍ପ ପ୍ଲଟ ଚିହ୍ନଟ କରାଯାଇ ଆବେଦନକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ରହି ଆଶ୍ବସନା ଦେଇଥିଲେ। ଏହାପରେ ସେପ୍ଟେମ୍ବର ୨୮କୁ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟମାଳା ନାୟକ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗୁରୁ କେଳୁଚରଣ ପାର୍କରୁ ପଟିଆ ରେଳ ଷ୍ଟେସନ ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଆବେଦନକାରୀଙ୍କ ନିଜ ଜମି ଉପରେ ଥିବା ବାସଗୃହକୁ ସରକାରୀ କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିବା ଅଭିଯୋଗ ନେଇ ଏହି ଆବେଦନ ଦାୟର ହୋଇଥିଲା। ବର୍ଷା ଚାଲିଥିବା ବେଳେ ଆବେଦନକାରୀ ଏହି ପରିସ୍ଥିତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button