ଦେଶ ବିଦେଶ
Ethanol car: ଅକ୍ଟୋବରରେ ଆସିବ ୧୦୦% ଇଥାନଲ୍ କାର୍
ଟୟୋଟା ପକ୍ଷରୁ ଆସନ୍ତା ଅକ୍ଟୋବରରେ ଭାରତର ପ୍ରଥମ ୧୦୦ ପ୍ରତିଶତ ଇଥାନଲ୍ରେ ଚାଲୁଥିବା କାର୍ ଉନ୍ମୋଚନ କରାଯିବ। ଏ ସମ୍ପର୍କରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ଟୟୋଟା ପକ୍ଷରୁ ଆସନ୍ତା ଅକ୍ଟୋବରରେ ଭାରତର ପ୍ରଥମ ୧୦୦ ପ୍ରତିଶତ ଇଥାନଲ୍ରେ ଚାଲୁଥିବା କାର୍ ଉନ୍ମୋଚନ କରାଯିବ। ଏ ସମ୍ପର୍କରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟାୟୋଟାର ଇଲେକ୍ଟ୍ରିକ୍ ଫ୍ଲେକ୍ସ-ଫୁଏଲ୍ ଇନୋଭାର ଉନ୍ମୋଚନ କାର୍ଯ୍ୟକ୍ରମକୁ ଅତିଥି ଭାବେ ତାଙ୍କୁ ସ୍ବାଗତ କରାଯାଇଛି। ଏଥିରେ ଗାଡ଼ି ଚାଳନା ଖର୍ଚ୍ଚପେଟ୍ରୋଲ୍ କାର୍ ତୁଳନାରେ ଲିଟର ପିଛା ୨୫ ଟଙ୍କା କମ୍ ରହିବ ବୋଲି ସେ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




