ଦେଶ ବିଦେଶ
Varanasi : ଜ୍ଞାନେଶ କୁମାରଙ୍କ ଗିରଫଦାରୀ ଦାବି କଲେ ଅଜୟ ରାୟ : ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ଅବୈଧ ଘୋଷଣା ଦାବି
ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଶନିବାର ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାରଙ୍କୁ ଅତ୍ୟନ୍ତ ଭ୍ରଷ୍ଟ ଓ ଅସାଧୁ ବ୍ୟକ୍ତି ବୋଲି ଆକ୍ଷେପ କରି ତୁରନ୍ତ ଗିରଫଦାରୀ ଦାବି କରିଛନ୍ତି।

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଶନିବାର ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାରଙ୍କୁ ଅତ୍ୟନ୍ତ ଭ୍ରଷ୍ଟ ଓ ଅସାଧୁ ବ୍ୟକ୍ତି ବୋଲି ଆକ୍ଷେପ କରି ତୁରନ୍ତ ଗିରଫଦାରୀ ଦାବି କରିଛନ୍ତି। ଏହାସହିତ ଗତ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିତିଥିବା ବାରାଣସୀ ଆସନର ଫଳାଫଳକୁ ତୁରନ୍ତ ବାତିଲ କରି ସେଠାରେ ପୁନର୍ବାର ମତଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜ୍ଞାନେଶ କୁମାର ବିଜେପିକୁ ଜିତାଇବା ପାଇଁ ସାରା ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରିଥିଲେ ଏବଂ ସାଧାରଣ ଜନତାଙ୍କ ଭୋଟ୍ ଚୋରି କରି ସରକାର ଗଠନରେ ସହାୟତା କରିଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ




