ରାଜ୍ୟ

Neglect: ଘର ପିଛା ୨୦ ହଜାର ସହାୟତା, ଭୁଶୁଡିଛି ୧୭୯ ଘର

ଚଳିତ ବର୍ଷର ମାତ୍ରାଧିକ ବର୍ଷା ଓ ତଦ୍‌ଜନିତ ବନ୍ୟା ପରିସ୍ଥିତି, ଜିଲ୍ଲାରେ ବହୁ କ୍ଷୟକ୍ଷତି କରିଛି। ଲୋକଙ୍କ ଘର ଭାଙ୍ଗିବା ସହ ରାସ୍ତାଘାଟ ଭୁଶିଡ଼ିଛି, ଗୃହପାଳିତ ପଶୁ ମରିଛନ୍ତି ଓ ଚାଷ ଜମି ନଷ୍ଟ ହୋଇଛି। ଏହାସତ୍ତ୍ବେ

ରାଉରକେଲା (ଦେବବ୍ରତ ଗଡ଼ତିଆ): ଚଳିତ ବର୍ଷର ମାତ୍ରାଧିକ ବର୍ଷା ଓ ତଦ୍‌ଜନିତ ବନ୍ୟା ପରିସ୍ଥିତି, ଜିଲ୍ଲାରେ ବହୁ କ୍ଷୟକ୍ଷତି କରିଛି। ଲୋକଙ୍କ ଘର ଭାଙ୍ଗିବା ସହ ରାସ୍ତାଘାଟ ଭୁଶିଡ଼ିଛି, ଗୃହପାଳିତ ପଶୁ ମରିଛନ୍ତି ଓ ଚାଷ ଜମି ନଷ୍ଟ ହୋଇଛି। ଏହାସତ୍ତ୍ବେ, ପ୍ରଭାବିତ ପରିବାରକୁ ଆବଶ୍ୟକ ମୁତାବକ ସରକାରୀ ସହାୟତା ପ୍ରଦାନ କରାଯାଇନି।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗୃହ ନିର୍ମାଣ ସହାୟତା ରାଶି ଅତି ନଗଣ୍ୟ। ବନ୍ୟା ଯୋଗୁ ଜିଲ୍ଲାରେ ୧୭୯ଟି ବାସଗୃହ ଆଂଶିକ ଓ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା। କିନ୍ତୁ ଏ ବାବଦକୁ ମାତ୍ର ୩୭ ଲକ୍ଷ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି। ଅର୍ଥାତ୍‌, ଘର ପିଛା ମାତ୍ର ୨୦,୬୭୦ ଟଙ୍କା ଲେଖାଏ ଦିଆଯାଇଛି। ଯାହାକି ଆଜିର ଆଜିର ମହଙ୍ଗା ବଜାରରେ ଏହି ସ୍ୱଳ୍ପ ଅର୍ଥରେ କାନ୍ଥ ଠିଆ କରିବା କିମ୍ବା ଛାତ ସଜାଡ଼ିବା ଆଦୌ ସମ୍ଭବପର ନୁହେଁ। ସରକାରଙ୍କ ଏଭଳି ଉଦାସୀନ ମନୋଭାବ କ୍ଷତିଗ୍ରସ୍ତ ପରିବାର ପ୍ରତି ଏକ କ୍ରୁର ଉପହାସ ସଦୃଶ ବୋଲି ଅଭିଯୋଗ ହୁଏ।

ଅପରପକ୍ଷରେ, ବନ୍ୟା ଜଳ ଚାଷଜମିରେ ପଶିଯିବା ଫଳରେ ବ୍ୟାପକ ଫସଲ ହାନି ହୋଇଛି। ଏହି ଫସଲ ନଷ୍ଟ ବାବଦକୁ ୬୪ ଲକ୍ଷ ଟଙ୍କାର ସହାୟତା ରାଶି ବିପନ୍ନ ଚାଷୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଉଭୟ ଘର ଓ ଫସଲ କ୍ଷତିକୁ ମିଶାଇ ସରକାରୀସ୍ତରରେ ୧ କୋଟି ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି, ଯାହାକି କ୍ଷତିଗ୍ରସ୍ତଙ୍କ ଦୁଃଖ ଦୂର କରିବାରେ ବିଫଳ ହୋଇଛି। ବନ୍ୟା ସବୁ କିଛି ଉଜାଡ଼ି ଦେଇଥିବା ବେଳେ ଏହି ସ୍ୱଳ୍ପ ସହାୟତା ରାଶିକୁ ନେଇ ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଛି ଓ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ଜୋର୍‌ ଧରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button