ରାଜ୍ୟ

Mahanadi Flood: ମହାନଦୀରେ ଚତୁର୍ଥ ବନ୍ୟା: ବାଙ୍କୀରେ ବଢ଼ିଲା ଆଶଙ୍କା, ତଳିଆ ଅଞ୍ଚଳକୁ ବିପଦ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ପୁଣି ବଢ଼ିଛି ବନ୍ୟାଜଳ। ଚଳିତ ବର୍ଷ ନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବାଙ୍କୀ ଓ ଡମପଡ଼ା ବ୍ଲକର ତଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି।

ବାଙ୍କୀ: ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀରେ ପୁଣି ବଢ଼ିଛି ବନ୍ୟାଜଳ। ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ ଆଶଙ୍କା ବଢ଼ିଛି। ମୁଣ୍ଡଳୀରେ ଏବେ ୭ ଲକ୍ଷ ୫୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଏପଟେ ହୀରାକୁଦରେ ୨୮ଟି ଗେଟ୍ ଖୋଲାଯାଇଥିବାରୁ ବାଙ୍କୀ ଅଞ୍ଚଳରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି।

ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି

ବନ୍ୟାଜଳ ଆସିଲେ ବାଙ୍କୀ ବ୍ଲକର ୪ଟି ଓ ଡମପଡ଼ା ବ୍ଲକର ୫ଟି ପଞ୍ଚାୟତ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ବିଲିପଡ଼ା ତାଳବସ୍ତ ରାସ୍ତାରେ ୧ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କଇଁଆ ନାଳ ଉପରେ ୨ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି। ସେପଟେ ସୁବର୍ଣ୍ଣପୁର -ରତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ଏପଟେ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ୍ୟାଜଳର ଗତିବିଧି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button