ରାଜ୍ୟ

Leopard : ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ପତୋରା-ଭେରା ରାସ୍ତାରେ ଭିଡିଓ ଭାଇରାଲ

ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ପତୋରା-ଭେରା ରାସ୍ତାରେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ଭେରା ଓ ପତୋରା ମଝିରେ ରାସ୍ତାକଡ଼ରେ ବୁଦା ମୂଳରେ ଏକ କଲରାପତରିଆ ବାଘ ବସିଥିଲା |

ନୂଆପଡ଼ା: ନୂଆପଡ଼ା ରେଞ୍ଜ ପତୋରା-ଭେରା ରାସ୍ତାରେ ଏକ କଲରାପତରିଆଦେଖିବାକୁ ମିଳିଛି। ଫଳରେ ପତୋରା ଅଞ୍ଚଳର ଲୋକେ ଭୟଭୀତହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ପତୋରା ଗାଁର ଜଣେ ଯୁବକ ସାରାବଙ୍ଗକୁ କୌଣସି କାମରେ ଆସିଥିଲେ। ରାତି ପ୍ରାୟ ୯ଟାରେ ଯୁବକଜଣକ ବାଇକ୍‌ରେ ଘରକୁ ଫେରୁଥିଲେ।

ବୁଦା ମୂଳରେ କଲରାପତରିଆ ବାଘ ବସିଥିଲା

ଭେରା ଓ ପତୋରା ମଝିରେ ରାସ୍ତାକଡ଼ରେ ବୁଦା ମୂଳରେ ଏକ କଲରାପତରିଆ ବାଘ ବସିଥିଲା | ଯୁବକ ଜଣକ ବାଇକ୍‌କୁ ଅଟକାଇ ସାହସ ଜୁଟାଇ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ପତୋରା, ଧରମବନ୍ଧା ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button