ଦେଶ ବିଦେଶ
IIT Bombay: ବମ୍ବେ ଆଇଆଇଟି ଛାତ୍ର ସାହିଲ ମୃତ୍ୟୁ ପୂର୍ବରୁ ପରୀକ୍ଷାରେ ନକଲ ପାଇଁ ଅନୁତାପ କରିଥିଲେ
ଆଇଆଇଟି-ବମ୍ବେର ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାରେ ନକଲ କରି ଧରାପଡ଼ିବା ପରେ ସାହିଲ ଜଣେ ମହିଳା ବନ୍ଧୁଙ୍କୁ ଫୋନ୍ କରି ଏଥିପାଇଁ ଅନୁତାପ କରିଥିବା ପୁଲିସ କହିଛି।

ମୁମ୍ବାଇ: ଆଇଆଇଟି-ବମ୍ବେର ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାରେ ନକଲ କରି ଧରାପଡ଼ିବା ପରେ ସାହିଲ ଜଣେ ମହିଳା ବନ୍ଧୁଙ୍କୁ ଫୋନ୍ କରି ଏଥିପାଇଁ ଅନୁତାପ କରିଥିବା ପୁଲିସ କହିଛି। ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଥିବା ଏହି ମାମଲାରେ ଏପର୍ଯ୍ୟନ୍ତ ଆଇଆଇଟି-ବମ୍ବେର ଛାତ୍ର, ଅଧ୍ୟାପକ ଓ ହଷ୍ଟେଲ କର୍ମଚାରୀଙ୍କ ସମେତ ୨୫ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି।
ସୌଜନ୍ୟ ସମ୍ବାଦ




