ଦେଶ ବିଦେଶ

Delhi High Court: ସର୍ଜିଲ ଇମାମ୍‌ଙ୍କ ପିଏଚ୍‌ଡି ସାମଗ୍ରୀ ପ୍ରସଙ୍ଗ: ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପକ୍ଷ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ପୂର୍ବତନ ଜେଏନୟୁ ଛାତ୍ର ସର୍ଜିଲ ଇମାମଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମାଗିଛନ୍ତି।

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ପୂର୍ବତନ ଜେଏନୟୁ ଛାତ୍ର ସର୍ଜିଲ ଇମାମଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମାଗିଛନ୍ତି। ସର୍ଜିଲ ଇମାମ ଜେଲରେ ଥିବାବେଳେ ତାଙ୍କର ପିଏଚ୍‌ଡି ସମାପ୍ତ କରିବା ପାଇଁ ପେନ୍‌ ଡ୍ରାଇଭରେ ସଂରକ୍ଷିତ ଗବେଷଣାସାମଗ୍ରୀ ପାଇବା ପାଇଁ ଆବେଦନ କରିଥିଲେ। ଜଷ୍ଟିସ ସଞ୍ଜୀବ ନରୁଲା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଷ୍ଟାଟସ୍‌ ରିପୋର୍ଟ ଆକାରରେ ସେମାନଙ୍କ ଜବାବ ରଖିବାକୁ କହିଛନ୍ତି।

ଇମାମ୍‌ଙ୍କ ପକ୍ଷ ରଖି ଆଡଭୋକେଟ ଅହମ୍ମଦ ଇବ୍ରାହିମ୍‌ କହିଥିଲେ, ଇମାମ୍‌ ଜାନୁଆରି ୨୦୨୦ରୁ ହେପାଜତରେ ଥିବାବେଳେ ଗିରଫ ‌ହେବା ସମୟ‌ରେ ପିଏଚଡି ଶେଷ ବର୍ଷରେ ଥିଲେ। ସେ କହିଛନ୍ତି ଯେ, ଇମାମ୍‌ଙ୍କ ଡକ୍ଟରେଟ ଗବେଷଣା ପ୍ରସ୍ତାବର ସିନୋପସିସ୍‌କୁ ୟୁଜିସି ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦିତ କରାଯାଇଛି।

ଇମାମଙ୍କୁ ଜେଲ ଭିତରେ ଏକ କମ୍ପ୍ୟୁଟର ବ୍ୟବହାର କରି ପେନ୍ ଡ୍ରାଇଭରେ ସଂରକ୍ଷିତ ଗବେଷଣା ସାମଗ୍ରୀ ବ୍ୟବହାର କରିବାକୁ ତାଙ୍କ ଓକିଲ ଅନୁମତି ମାଗିଥିଲେ। ସେ ପ୍ରସ୍ତାବ ଦେଇଥିଲେ ଯେ, କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଅଫ୍‌ଲାଇନ୍ ରଖାଯାଇପାରିବ, ଇଣ୍ଟରନେଟ୍ କିମ୍ବା ୱାଇ-ଫାଇ ସଂଯୋଗ ବିନା ଓ ଇମାମଙ୍କ ଆକ୍ସେସ୍ ଜେଲ ଅଧିକାରୀଙ୍କତତ୍ତ୍ୱାବଧାନରେ ରହିପାରିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button