80-Year-Old Woman Allegedly molested ୮୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲ ଭିତରେ ବଳାକ୍ତାର
ନବରଙ୍ଗପୁରର ରାଇଘରରେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ, ଦୁଇ ଫେରାର।

ଅଭିଯୁକ୍ତକୁ ଗ୍ରାମବାସୀ ବାନ୍ଧି ପୁଲିସର ଜିମା ଦେଲେ, ଅନ୍ୟ ଦୁଇ ଅଭିଯୁକ୍ତ ଫେରାର
ରାଇଘର (ଦେବେନ୍ଦ୍ର ମିଶ୍ର):ନବରଙ୍ଗପୁରଜିଲ୍ଲା ରାଇଘର ଥାନା ଅଧୀନ ଖୁଟୁଗାଁ ଠାରେ ଏକ ଲଜ୍ୟାଜନକ ଘଟଣା ଘଟିଛି l ଆଜି(ସୋମବାର) ସନ୍ଧ୍ୟାରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ଜଙ୍ଗଲ ଭିତରକୁ ଭିଡ଼ି ନେଇ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି l ଅଭିଯୁକ୍ତ ଯୁବକକୁ ଗ୍ରାମର କିଛିଲୋକ କାବୁ କରି ବାନ୍ଧି ରଖି ପୁଲିସକୁ ଖବର ଦେଇଥିବା ବେଳେ ଅନ୍ୟ ଦୁଇ ସାଥୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଆଜି (ସୋମବାର) ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଇଘର ପଂଚାୟତ ଅନ୍ତର୍ଗତ ଖୁଟୁଗାଁ ଜଙ୍ଗଲ ମଧ୍ୟରୁ ଜଣେ ବୃଦ୍ଧାଙ୍କ ଚିତ୍କାର ଶୁଣି ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ l ଏହି ସମୟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଜଙ୍ଗଲରୁ ଦୌଡ଼ି ପଳାଉଥିବା ବେଳେ ଯୁବକମାନେ ତାକୁ କାବୁ କରିଥିଲେ। ଜଙ୍ଗଲ ମଧ୍ୟରୁ ପୀଡ଼ିତା ବୃଦ୍ଧାଙ୍କୁ ଉଦ୍ଧାର କରି ଖୁଟୁଗାଁ ଓ ଚଲାଣପାରା ଗ୍ରାମବାସୀଙ୍କୁ ଖବର ଦେଇଥିଲି l ପଚରାଉଚରା ସମୟରେ ବୃଦ୍ଧାଜଣକ ତାଙ୍କୁ ଧରାପଡ଼ିଥିବା ଯୁବକଜଣକ ବଳାତ୍କାର କରିଥିବା କହିଥିଲେ।
ସୌଜନ୍ୟ ସମ୍ବାଦ




