ରାଜ୍ୟ

Patna Shooting: ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା, ୭ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ, କାରଣ ଖୋଜୁଛି ପୁଲିସ

ପାଟଣା, ୨୯/୦୯: କେନ୍ଦୁଝର ପାଟଣା ଥାନା ଅଞ୍ଚଳରେ ଗର୍ଜିଲା ଅପରାଧୀଙ୍କ ବନ୍ଧୁକ। ଜଣେ ବ୍ୟବସାୟୀଙ୍କୁ ଗୁଳିମାରି ହତ୍ୟା କରିଲେ ଦୁର୍ବୃତ୍ତ। ମୃତକ ହେଲେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପଶି ଗ୍ରାମର ତ୍ରିଲୋଚନ ମହାନ୍ତ। ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବସାୟୀକ କିମ୍ବା ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ଅନୁଯାୟୀ, ସୋମବାର ରାତିରେ ତ୍ରିଲୋଚନ କେନ୍ଦେଇପଶି ବଜାରରେ ଥିବା ଜନସେବା କେନ୍ଦ୍ର ଓ ମିନି ବ୍ୟାଙ୍କ ବନ୍ଦ କରି ଗତରାତିରେ ପାଟଣା ଥାନା କ୍ୱାଟର୍ସକୁ ଫେରୁଥିଲେ। ଏହି ସମୟରେ କେନ୍ଦେଇପଶି ହନୁମାନ ଛକ ଓ ଭିମାପଡ଼ା ପୋଲ ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପ୍ରାୟ ୭ ରାଉଣ୍ଡ ଗୁଳି ଚଳାଇଥିଲେ।ଗୁଳିମାଡ଼ରେ ତ୍ରିଲୋଚନ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ପାଟଣା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button