ରାଜ୍ୟ
Vgilance Raid: ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ସ୍ଥାନରେ ଚଢ଼ାଉ

ସମ୍ବଲପୁର ୨୯/୦୯: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ ।ସମ୍ବଲପୁର ସ୍ପେଶାଲ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ସର୍ଚ୍ଚ ଅପରେସନ୍ ରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର ଓ ୧୧ ଜଣ ASI ସାମିଲ ଅଛନ୍ତି ।
ଉମାକାନ୍ତଙ୍କ ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟର ଫ୍ଲାଟ୍, ଭୁବନେଶ୍ୱର ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ, ଜଟଣୀ ବାରକୁଡ଼ରେ ଥିବା କୋଠା, ପୁରୀ ବାଲିଗୁଆଳିରେ ଥିବା ୩ ମହଲା କୋଠା, ବାଲୁଗାଁରେ ଥିବା ଦୁଇଟି ୨ ମହଲା କୋଠା ଏବଂ ସମ୍ବଲପୁର କାର୍ଯ୍ୟାଳୟରେ ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଟିମ୍ କଳା ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରଖିଛି ।
ସୌଜନ୍ୟ ପ୍ରମେୟ




