Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ…
ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ରାଜନୀତିରେ ସଫଳତା ପାଇବେ। ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଆଗକୁ ବଢ଼ିବ। ଛାତ୍ରଛାତ୍ରୀ ନିଜର ଲେଖାପଢ଼ାରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ। ଅର୍ଥର ଉପଯୋଗ ଠିକ୍ ଉପାୟରେ କରିବେ।

ମେଷ: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ରାଜନୀତିରେ ସଫଳତା ପାଇବେ। ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଆଗକୁ ବଢ଼ିବ। ଛାତ୍ରଛାତ୍ରୀ ନିଜର ଲେଖାପଢ଼ାରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ।
ବୃଷ: ଅର୍ଥର ଉପଯୋଗ ଠିକ୍ ଉପାୟରେ କରିବେ। ଆପଣଙ୍କ ପଦବି ଓ ଆୟ ବଢ଼ାଇବା ପାଇଁ ଅବସର ପାଇବେ। କଠିନ କାମକୁ ପୂରା ନିଶ୍ଚୟ ମନରେ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ନୂଆ ଗାଡ଼ି କିଣିବାର ସ୍ବପ୍ନ ପୂରା ହେବ। ପରିବାର ଲୋକ ଆପଣଙ୍କ କଥାର ପୂରା ମାନ ରଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
କର୍କଟ: ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଖେଳଜଗତ ସହ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାର ଲୋକ ଆପଣଙ୍କ କାମରେ ସହଯୋଗ କରିବେ।
ସିଂହ: ଦିନଟି ବ୍ୟସ୍ତତାଭରା ରହିବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଭାବିବେ। କୌଣସି ଜରୁରୀ କାମରେ ଯିବାକୁ ଥିବା ଯାତ୍ରା ସୁଖଦ ରହିବ। ଛାତ୍ରଛାତ୍ରୀ ସଫଳତା ପାଇବେ।
କନ୍ୟା: ଅଫିସରେ ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ନୂଆ ଯୋଜନା ଉପରେ କାମ ଆରମ୍ଭ କରିପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ। ବ୍ୟବସାୟ ଆଗକୁ ବଢ଼ାଇବା ସଂପର୍କରେ ଭାବିବେ।
ତୁଳା: ଅଟକିଥିବା କାମ ସଂପୂର୍ଣ୍ଣ ହେବା ଯୋଗୁଁ ମାନସିକ ଶାନ୍ତି ପାଇବେ। ଆପଣ ନିଜ ଅହଂକାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ।
ବିଛା: ଅଚାନକ ଧନଲାଭ ହେବା ଯୋଗୁଁ ଜରୁରତ ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନରେ ଆହୁରି ମଧୁରତା ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ପରିବାରରେ ସମସ୍ତେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ।
ମକର: ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ଶତ୍ରୁପକ୍ଷ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଛାତ୍ରଛାତ୍ରୀ ପରିଶ୍ରମର ଭଲ ପରିଣାମ ପାଇବେ।
କୁମ୍ଭ: ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ଅଯଥା କଥାଠୁ ଦୁରରେ ରହନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆପଣଙ୍କ ମନପସନ୍ଦ କାମ ପୂରା କରିବାରେ ସଫଳ ହେବେ।
ମୀନ: କୌଣସି ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧର ଭାବନା ରଖନ୍ତୁ ନାହିଁ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କୁ ମନର କଥା କହିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ସୌଜନ୍ୟ ସମ୍ବାଦ




