ରାଜ୍ୟ

Farmers in Mayurbhan: ମୟୂରଭଞ୍ଜ ଚାଷୀଙ୍କୁ ମିଳୁନି ଆବଶ୍ୟକ ପ୍ରୋତ୍ସାହନ: ମାତ୍ର ୩୦% ଜମିରେ ହେଉଛି ଅଣଧାନ ଚାଷ

ଶିଳ୍ପବିହୀନ ମୟୂରଭଞ୍ଜରେ କୃଷି ହିଁ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର। ଏଠାରେ ଧାନଚାଷକୁ ଅଧିକ ପ୍ରୋତ୍ସାହନ ମିଳୁଥିବାବେଳେ ଅଣଧାନ ଫସଲ ପାଇଁ ସେହିପରି ସରକାରୀ ସହାୟତା ନାହିଁ।

ବାରିପଦା (ବଟକୃଷ୍ଣ ବିହାରୀ): ଶିଳ୍ପବିହୀନ ମୟୂରଭଞ୍ଜରେ କୃଷି ହିଁ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର। ଏଠାରେ ଧାନଚାଷକୁ ଅଧିକ ପ୍ରୋତ୍ସାହନ ମିଳୁଥିବାବେଳେ ଅଣଧାନ ଫସଲ ପାଇଁ ସେହିପରି ସରକାରୀ ସହାୟତା ନାହିଁ। ଫଳରେ ଅଳ୍ପ ଜମିରେ ଅଣଧାନ ଚାଷ କରାଯାଉଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ଖରିଫ ଋତୁରେ ଜିଲ୍ଲାର ୨୬ଟି ବ୍ଲକ୍‌ରେ ୪ ଲକ୍ଷ ୬ ହଜାର ୬୨୦ ହେକ୍ଟର ଜମିରେ ଚାଷ ହେଉଛି। ସେଥିରୁ ୨ ଲକ୍ଷ ୯୨ ହଜାର ୮୬୦ ହେକ୍ଟରରେ ଧାନ ଏବଂ ୧ ଲକ୍ଷ ୧୩ ହଜାର ୭୬୦ ହେକ୍ଟରରେ ମକା, ମୁଗ, ବିରି, ହରଡ଼, ଚିନାବାଦାମ, ରାଶି, ହଳଦୀ, ଅଦା ଓ ପନିପରିବା ପରି ଫସଲ କରାଯାଉଛି।

ସେହିପରି ରବି ଋତୁରେ ଜିଲ୍ଲାର ୧ ଲକ୍ଷ ୧୩ ହଜାର ହେକ୍ଟର ଜମିରେ ଚାଷ ହେଉଥିବାବେଳେ ମାତ୍ର ୪ ହଜାର ହେକ୍ଟରରେ ଧାନ ଓ ବାକି ଜମିରେ ଅଣଧାନ ଫସଲ ହେଉଛି। ସରକାରୀ ରିପୋର୍ଟରେ ଅଣଧାନ ଚାଷର ପରିମାଣ ୪୦ ପ୍ରତିଶତ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବରେ ଏହା ୩୦ ପ୍ରତିଶତରୁ ଅଧିକ ନୁହେଁ ବୋଲି ଦିବାକର ମହାନ୍ତ, ଗୌରାଙ୍ଗ ସିଂ ଓ ଯାମିନୀ ମୁର୍ମୁ ପ୍ରମୁଖ ଚାଷୀ ଦାବି କରିଛନ୍ତି। ଜଳସେଚନର ଅଭାବ ଓ ବର୍ଷା-ବନ୍ୟାରେ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି। ଏପରି ସମୟରେ ଅଣଧାନ ଫସଲ କଥା ଚିନ୍ତା କରାଯାଉଛି। ହେଲେ ସରକାରୀ ସହାୟତା ମିଳୁନି। ତେଣୁ ନିରାଶ ହେବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button