ରାଜ୍ୟ
Mahanadi: ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ଶାହାଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକ
ସମାଧାନ ହେବ କି ମହାନଦୀ ଜଳ ବିବାଦ ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବଡ଼ ବୈଠକ ହେବ। ଆଉ ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

ଭୁବନେଶ୍ୱର: ସମାଧାନ ହେବ କି ମହାନଦୀ ଜଳ ବିବାଦ ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବଡ଼ ବୈଠକ ହେବ। ଆଉ ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ମତଭେଦକୁ ନେଇ ଆଲୋଚନା ହେବ ।
ସୌଜନ୍ୟ ସମ୍ବାଦ




