ରାଶିଫଳ

Horoscope 2026 October 14: ଜାଣନ୍ତୁ ଆଜିର ରାଶିଫଳ…

ଆୟ ବଢ଼ିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନସମ୍ମାନ ପ୍ରାପ୍ତି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଉନ୍ନତି ହୋଇପାରେ। ଆପଣ ସମସ୍ତଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ।

‌ମେ‌ଷ: ଆୟ ବଢ଼ିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନସମ୍ମାନ ପ୍ରାପ୍ତି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଉନ୍ନତି ହୋଇପାରେ।

ବୃଷ: ଆପଣ ସମସ୍ତଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ସରକାରୀ ଚାକିରିଆ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସମ୍ମୁଖୀନ ହେବେ।

ମିଥୁନ: ବ୍ୟବସାୟୀଙ୍କୁ ଲାଭ ମିଳିବ। ଆର୍ଥିକ ଦୃଷ୍ଟିରୁ ନୂଆ ଅବସରର ଯୋଗ ଅଛି। ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ।

କର୍କଟ: ଜୀବନସାଥୀ ଠାରୁ ଖୁସି ଖବର ପାଇବେ। ବାଦବିବାଦ ଠାରୁ ଦୂରରେ ରହନ୍ତୁ। ଆପଣଙ୍କୁ ଆମଦାନିର ନୂଆ ଉତ୍ସ ମିଳିବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: କୌଣସି ଖୁସି ଖବର ପାଇବେ। ଆପଣ ବଡ଼ଙ୍କ ଠାରୁ ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

କନ୍ୟା: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। କୌଣସି କ୍ଷେତ୍ରରେ ନିବେଶର ଆପଣଙ୍କୁ ଲାଭ ହେବ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ଭଲ ଲାଭର ଯୋଗ ଅଛି। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ଅଛି। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ସନ୍ତାନସୁଖ ପ୍ରାପ୍ତି ଯୋଗ ରହିଛି। ପ୍ରେମ ଜୀବନ ଭଲ ରହିବ।

ବିଛା: କାର୍ଯ୍ୟକ୍ଷେତ୍ରରେ କର୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ନୂଆ ଚାକିରିର ଡାକରା ଆସିପାରେ। ନିଜର ସମସ୍ୟାକୁ ସାଙ୍ଗ ବା ବନ୍ଧୁଙ୍କୁ କହିବେ। ପାରିବାରିକ ଜୀବନ ସୁଖଦ ରହିବ।

ଧନୁ: ଘରର ପରିବେଶ ଅତି ପ୍ରସନ୍ନ ରହିବ। ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ। ସରକାରୀ ଚାକିରିଆ ସକାରାତ୍ମକ ପରିବେଶରେ କାମ କରିବେ। ବାଇକ୍ ସାବଧାନତାର ସହ ଚଳାନ୍ତୁ।

ମକର: ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ କୌଣସି ଭଲ ଖବର ପାଇବେ। ଲେଖନ ଓ ପ୍ରକାଶନ କ୍ଷେତ୍ରରେ ଲୋକଙ୍କୁ ଭଲ ଅବସର ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

କୁମ୍ଭ: ଚାକିରି କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ବଡ଼ଙ୍କଠାରୁ ଆପଣଙ୍କୁ ଆଶୀର୍ବାଦ ମିଳିବ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ଅଛି।

ମୀନ: ଦିନଟି ସକାରାତ୍ମକ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ଭଲ ଚାକିରିର ପ୍ରସ୍ତାବ ଆସିପାରେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button