ମାତ୍ର ୧୮ ବଲରେ ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ! ଭାଙ୍ଗିଲେ ବିରାଟ କୋହଲି ଓ ସଞ୍ଜୁ ସାମସନଙ୍କ ରେକର୍ଡ

ଇନ୍ଦୋର,ଭାରତୀୟ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ଯୁବ ବ୍ୟାଟର୍ ଅଭିଷେକ ଶର୍ମା। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ମାତ୍ର ୧୮ଟି ବଲରେ ଅର୍ଦ୍ଧଶତକ ହାସଲ କରି ସେ ନିଜ ନାଁରେ ଏକ ବଡ଼ ରେକର୍ଡ କରିଛନ୍ତି। ଏହି ଧମାକାଦାର ଇନିଂସରେ ଅଭିଷେକ ମାତ୍ର ୩୦ଟି ବଲରୁ ୬୯ ରନ୍ ସଂଗ୍ରହ କରିଥିଲେ। ଏଥିସହ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ ବ୍ୟାଟର୍ ହୋଇଛନ୍ତି ସେ।
ବିରାଟ କୋହଲି ଓ ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଲେ:
ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଭିଷେକଙ୍କ ଏହି ବିସ୍ଫୋରକ ବ୍ୟାଟିଂ ପୂର୍ବରୁ ରେକର୍ଡ ଥିଲା ବିରାଟ କୋହଲି ଓ ସଞ୍ଜୁ ସାମସନଙ୍କ ନାଁରେ। ୨୦୧୯ରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଏହି ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ମଧ୍ୟ ୨୧ଟି ବଲରେ ଫିଫ୍ଟି ପୂରଣ କରିଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ମାତ୍ର ୧୮ଟି ବଲରେ ଅର୍ଦ୍ଧଶତକ ହାସଲ କରି ଅଭିଷେକ ଉଭୟଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କର ଏହି ଇନିଂସ୍ ଭାରତୀୟ ଦଳକୁ ବଡ଼ ସ୍କୋର କରିବାରେ ସହାୟତା କରିଥିଲା।
ସୌଜନ୍ୟ ପ୍ରମେୟ




