ଦେଶ ବିଦେଶ

Boat accident: ଗଙ୍ଗା ନଦୀରେ ଅଘଟଣ; ଭୋଜି ପାଇଁ ଯିବା ବେଳେ ବୁଡ଼ିଗଲା ଡଙ୍ଗା

ବିହାରର ହାଜିପୁର ଜିଲ୍ଲାର ରାମପୁର ଶ୍ୟାମଚାନ୍ଦ ଗ୍ରାମରେ ଆଜି ଗଙ୍ଗା ନଦୀରେ ଏକ ବୋଟ୍‌ ବୁଡ଼ିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବୋଟ୍‌ରେ ଥିବା ଯାତ୍ରୀମାନେ ଏକ ଭୋଜିରେ ଯୋଗ ଦେବାପାଇଁ ଯାଉଥିଲେ। ଶିଶୁଙ୍କ ସମେତ ବୋଟ୍‌ରେ ପ୍ରାୟ ୧୫ରୁ ୨୦ ଜଣ ଥିଲେ।

ପାଟନା: ବିହାରର ହାଜିପୁର ଜିଲ୍ଲାର ରାମପୁର ଶ୍ୟାମଚାନ୍ଦ ଗ୍ରାମରେ ଆଜି ଗଙ୍ଗା ନଦୀରେ ଏକ ବୋଟ୍‌ ବୁଡ଼ିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବୋଟ୍‌ରେ ଥିବା ଯାତ୍ରୀମାନେ ଏକ ଭୋଜିରେ ଯୋଗ ଦେବାପାଇଁ ଯାଉଥିଲେ। ଶିଶୁଙ୍କ ସମେତ ବୋଟ୍‌ରେ ପ୍ରାୟ ୧୫ରୁ ୨୦ ଜଣ ଥିଲେ।

ତେବେ ନଦୀ ମଝିରେ ପ୍ରଖର ସ୍ରୋତ ଯୋଗୁ ବୋଟ୍‌ଟି ହଠାତ୍‌ ନିୟନ୍ତ୍ରଣ ହରାଇ ଓଲଟି ଯାଇଥିଲା। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ବୋଟ୍‌ରେ ଥିବା ୮ ଜଣଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି। କିନ୍ତୁ ଔପଚାରିକ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ। ଘଟଣା ସଂକ୍ରାନ୍ତରେ ଖବର ପାଇବାପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସରେ ଖବର ଦେଇଥିଲେ। ଏହାପରେ ରାଘୋପୁର ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପରେ ଏସଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button