ଦେଶ ବିଦେଶ
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ
ମହାରାଷ୍ଟ୍ରର ପୁଣେରେ ଜଣେ ୩୩ ବର୍ଷୀୟା ଆଇଟି ଇଞ୍ଜିନିୟରଙ୍କ ଆତ୍ମହତ୍ୟାକୁ ନେଇ ଯୌତୁକ ନିର୍ଯାତନା ଅଭିଯୋଗ ଉଠିଛି। ତାଙ୍କ ଦରମା ଶାଶୂଘର ଲୋକଙ୍କୁ ଦେବା, ବାପଘରର ଫ୍ଲାଟ୍ ଶାଶୂଙ୍କ ନାମରେ କରିବା ଏବଂ ଶ୍ୱଶୁରଙ୍କ ପାଇଁ ୧ କୋଟି ଟଙ୍କାର ଫ୍ଲାଟ୍ କିଣିବାକୁ ଚାପ...

ପୁଣେ: ମହାରାଷ୍ଟ୍ରର ପୁଣେରେ ଜଣେ ୩୩ ବର୍ଷୀୟା ଆଇଟି ଇଞ୍ଜିନିୟରଙ୍କ ଆତ୍ମହତ୍ୟାକୁ ନେଇ ଯୌତୁକ ନିର୍ଯାତନା ଅଭିଯୋଗ ଉଠିଛି। ତାଙ୍କ ଦରମା ଶାଶୂଘର ଲୋକଙ୍କୁ ଦେବା, ବାପଘରର ଫ୍ଲାଟ୍ ଶାଶୂଙ୍କ ନାମରେ କରିବା ଏବଂ ଶ୍ୱଶୁରଙ୍କ ପାଇଁ ୧ କୋଟି ଟଙ୍କାର ଫ୍ଲାଟ୍ କିଣିବାକୁ ଚାପ ପକାଯାଉଥିବା ତାଙ୍କ ପରିବାର ଅଭିଯୋଗ କରିଛି। ମୃତ ମହିଳା ହେଉଛନ୍ତି ତୃଷ୍ଣା ରାହୁଲ ସକପାଲ। ପୁଲିସ ତାଙ୍କ ସ୍ୱାମୀ ଓ ଶାଶୂଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସୌଜନ୍ୟ ସମ୍ବାଦ




