ଦେଶ ବିଦେଶ
SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା
ଭୋଟର ତାଲିକାରୁ ନାଁ କଟିଯାଇଥିବା ଲୋକଙ୍କୁ ପୁନର୍ବାର ନାଁ ଯୋଡ଼ିବା ପାଇଁ ଫର୍ମ-୬ ଭରିବାକୁ ପଡ଼ୁଥିବାରୁ ସେମାନେ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି। ଏହି ପ୍ରସଙ୍ଗ ଉଠାଇ ଦୁଇ ଜଣ ସ୍ୱଚ୍ଛତା କର୍ମୀ ଅଞ୍ଜଳି ଭରଦ୍ୱାଜ ଓ ଅମୃତା ଜୋହରୀ ସୁପ୍ରିମ୍କୋର୍ଟରେ...

ନୂଆଦିଲ୍ଲୀ: ଭୋଟର ତାଲିକାରୁ ନାଁ କଟିଯାଇଥିବା ଲୋକଙ୍କୁ ପୁନର୍ବାର ନାଁ ଯୋଡ଼ିବା ପାଇଁ ଫର୍ମ-୬ ଭରିବାକୁ ପଡ଼ୁଥିବାରୁ ସେମାନେ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି। ଏହି ପ୍ରସଙ୍ଗ ଉଠାଇ ଦୁଇ ଜଣ ସ୍ୱଚ୍ଛତା କର୍ମୀ ଅଞ୍ଜଳି ଭରଦ୍ୱାଜ ଓ ଅମୃତା ଜୋହରୀ ସୁପ୍ରିମ୍କୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାଖଲ କରିଛନ୍ତି। ନିର୍ବାଚନ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ନାଁ ବାଦ୍ ପଡ଼ିଥିବା ଭୋଟରଙ୍କ ପାଇଁ ଫର୍ମ-୬ ବ୍ୟବହାର କରିବାର ବ୍ୟବସ୍ଥାକୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଓ ନେହା ରାଠୀ ମାମଲା ଦାଖଲ କରିଛନ୍ତି। ବୁଧବାର ସୁପ୍ରିମ୍କୋର୍ଟରେ ପ୍ରଶାନ୍ତ ଭୂଷଣ ଏହି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




