ରାଜ୍ୟ

Loot of District Mineral Fund – 16: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍‌-୧୬: ଖଣିଜ ପାଣ୍ଠିରେ ଶିକ୍ଷା ବିକାଶ

ଯାଜପୁର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥକୁ ତଞ୍ଚକତା କରି ବିଭିନ୍ନ ଉପାୟରେ ଖର୍ଚ୍ଚ କରାଯାଇଛି। ‌ଏବେ ଏହି ପାଣ୍ଠିରୁ ଶିକ୍ଷା ଭିତ୍ତିଭୂମି ବିକାଶ ନାମରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ...

ଯାଜପୁର (ଗଦାଧର ପଣ୍ଡା): ଯାଜପୁର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥକୁ ତଞ୍ଚକତା କରି ବିଭିନ୍ନ ଉପାୟରେ ଖର୍ଚ୍ଚ କରାଯାଇଛି। ‌ଏବେ ଏହି ପାଣ୍ଠିରୁ ଶିକ୍ଷା ଭିତ୍ତିଭୂମି ବିକାଶ ନାମରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କ ଜରିଆରେ ୩୩ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାର ଏକ ବଡ଼ଧରଣର ଅନିୟମିତତା ସାମନାକୁ ଆସିଛି। ଏହି କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ନୁହେଁ, ବରଂ ଓଡ଼ିଶା ସରକାରଙ୍କ ୫-ଟି ଯୋଜନା ଅଧୀନରେ ଥିବା ସ୍ୱତନ୍ତ୍ର ବଜେଟ ବା ପାଣ୍ଠିରୁ ଖର୍ଚ୍ଚ ହେବାର ଥିଲା। ତେଣୁ ଏଥିରେ ଖଣିଜ ପାଣ୍ଠି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବାରୁ ସିଏଜି ଆପତ୍ତି ଉଠାଇଛନ୍ତି। ସରକାର ଏହାକୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପରିବେଶ ଉନ୍ନତି ପାଇଁ ଯଥାର୍ଥ ଦର୍ଶାଇଥିବାବେଳେ ଏହା ଖଣିଜ ପାଣ୍ଠିର ବେଆଇନ ବ୍ୟବହାର ଓ ଏଥି‌ରେ ଅନିୟମିତତା କରାଯାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button