ରାଜ୍ୟ

Odisha’s development: ମୋଦୀଙ୍କ ସମୟରେ ଓଡ଼ିଶାର ବିକାଶ ତ୍ବରାନ୍ବିତ ହୋଇଛି: ମୁଖ୍ୟମନ୍ତ୍ରୀ

ଗତ ଅକ୍ଟୋବର ୭ ତାରିଖରେ ନରେନ୍ଦ୍ର ମୋଦୀ ଶାସନ ମୁଖ୍ୟ ଭାବେ ଦେଶର ଜନସାଧାରଣଙ୍କ ସେବାରେ ୨୫ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି।

ଭୁବନେଶ୍ବର: ଗତ ଅକ୍ଟୋବର ୭ ତାରିଖରେ ନରେନ୍ଦ୍ର ମୋଦୀ ଶାସନ ମୁଖ୍ୟ ଭାବେ ଦେଶର ଜନସାଧାରଣଙ୍କ ସେବାରେ ୨୫ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଗଣତାନ୍ତ୍ରିକ ଓ ପ୍ରଶାସନିକ ଇତିହାସରେ ମୋଦୀଜୀଙ୍କ ଭଳି ନିରନ୍ତର ସେବା, ସମର୍ପଣ, ସଂକଳ୍ପର ଉଦାହରଣ ବିରଳ ଏବଂ ଅନନ୍ୟ। ତାଙ୍କର ଅସାମାନ୍ୟ ନେତୃତ୍ୱ ଓ ସେବା ମନୋଭାବ ପ୍ରତି ଦେଶର ଜନସାଧାରଣଙ୍କ ଅତୁଟ ସମର୍ଥନ ରହିଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ୧୨ ବର୍ଷର ସମୟ ହେଉଛି ଦେଶର କାୟାକଳ୍ପର ସମୟ। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ କରିବା ପାଇଁ ମୋଦୀଜୀ ଚାରିଟି ପ୍ରମୁଖ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଗୁରୁତ୍ବାରୋପ କରିଛନ୍ତି। ଏହି ଚାରିଟି ବର୍ଗ ହେଉଛି ମହିଳା, କୃଷକ, ଗରିବ ଓ ଯୁବବର୍ଗ। ଏହି ଚାରି ବର୍ଗର ସଶକ୍ତୀକରଣ ଦ୍ୱାରା ସମଗ୍ର ଦେଶ ସଶକ୍ତ ହେଉଛି। ଅସାଧାରଣ ଚ୍ୟାଲେଞ୍ଜକୁ ସିଧାସଳଖ ଭାବେ ଗ୍ରହଣ କରିବାର ସାହସ ମୋଦୀଜୀଙ୍କ ନେତୃତ୍ୱରେ ପରିଲକ୍ଷିତ ହୁଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button