ଖେଳ

Rohit Sharma ହିଟମ୍ୟାନ୍‌ ବ୍ୟାକ୍‌: IPL 2027 ରେ କ୍ୟାପ୍ଟେନ ଅବତାରରେ ଫେରିବେ ରୋହିତ !

ପାଞ୍ଚ ଥରର ଚାମ୍ପିୟନ୍‌ ଅଧିନାୟକଙ୍କ ଉପରେ ପୁଣି ଭରସା କରିବ କି ମୁମ୍ବାଇ ଇଣ୍ଡିଆନ୍ସ ? IPL 2027 ପୂର୍ବରୁ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ମୁମ୍ୱାଇ: ପୁଣି କ୍ୟାପ୍ଟେନ ଭାବେ ଫିଲ୍ଡକୁ ଓହ୍ଲାଇପାରନ୍ତି ହିଟମ୍ୟାନ୍‌ । ରୋହିତଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର । ପାଞ୍ଚ ଥରର ଚାମ୍ପିୟନ୍‌ ଅଧିନାୟକଙ୍କ ଉପରେ ପୁଣି ଭରସା କରିବ କି ମୁମ୍ବାଇ ଇଣ୍ଡିଆନ୍ସ ? IPL 2027 ପୂର୍ବରୁ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ତେବେ ମୁମ୍ବାଇର ଏହି ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ପଛରେ କେତେ ସତ, ଆଉ କେତେ ଅନୁମାନ ? ଆସନ୍ତୁ ଜାଣିବା..

ରୋହିତଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ମଧ୍ୟରେ ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ଆଲୋଚନା ଚାଲିଛି । କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ସହ ତାଙ୍କ ନାମ ଯୋଡ଼ାଯାଇଥିବା ରିପୋର୍ଟ ରହିଛି । ରାଜସ୍ଥାନ ସହ ହାର୍ଦ୍ଦିକଙ୍କୁ ନେଇ ସମ୍ଭାବ୍ୟ ଟ୍ରେଡ୍‌ ଆଲୋଚନା ହୋଇଥିବା ମଧ୍ୟ କୁହାଯାଉଛି । ଏଥିରେ ଯଶସ୍ୱୀ ଜୟସ୍ୱାଲଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯଦି ଏପରି ଟ୍ରେଡ୍‌ ହୁଏ, ତେବେ ମୁମ୍ବାଇ ଜଣେ ଯୁବ ଭାରତୀୟ ଓପନର୍‌ଙ୍କୁ ପାଇପାରେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟ୍ରେଡ୍‌ ନେଇ ଅଧିକାରିକ ଘୋଷଣା ହୋଇନାହିଁ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button