ବିଶେଷ

Python Surgery: ଅଜଗର ମୁହଁରୁ ବାହାରିଲା ୨୦୦ ଗ୍ରାମ୍‌ର ଟ୍ୟୁମର, ସାଢ଼େ ୩ ଘଣ୍ଟା ଧରି ଚାଲିଥିଲା ଅସ୍ତ୍ରୋପଚାର

ଛତିଶଗଡ଼ରେ ଏକ ଅଜଗରର ମୁହଁରୁ ୨୦୦ ଗ୍ରାମ୍‌ ଓଜନର ଟ୍ୟୁମର ବାହାର କରାଯାଇଛି। ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ଜଟିଳ ଅସ୍ତ୍ରୋପଚାର ପରେ ସାପଟିର ଜୀବନ ରକ୍ଷା କରାଯାଇଛି।

ରାୟପୁର (ଛତିଶଗଡ଼): ଛତିଶଗଡ଼ରେ ଏକ ଅଜଗରର ମୁହଁରୁ ୨୦୦ ଗ୍ରାମ୍‌ ଓଜନର ଟ୍ୟୁମର ବାହାର କରାଯାଇଛି। ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ଜଟିଳ ଅସ୍ତ୍ରୋପଚାର ପରେ ସାପଟିର ଜୀବନ ରକ୍ଷା କରାଯାଇଛି। ଏହି ଘଟଣା ବନ୍ୟପ୍ରାଣୀଙ୍କ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ଉଦାହରଣ ପାଲଟିଛି। ସୂଚନା ଅନୁଯାୟୀ, ଛତିଶଗଡ଼ର ଅମ୍ବିକାପୁର ଅଞ୍ଚଳରୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ୮.୫ କିଲୋଗ୍ରାମ ଓଜନର ଏହି ଅଜଗରକୁ ଉଦ୍ଧାର କରାଯାଇଥିଲା।

ତା’ର ମୁହଁରେ ଏକ ବଡ଼ ଟ୍ୟୁମର ଥିବାରୁ ସାପଟି ଖାଇବା ଓ ପିଇବାରେ ଅସମର୍ଥ ହେଉଥିଲା। ଫଳରେ ତା’ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ସରଗୁଜାର ସ୍ନେକ୍‌ ମ୍ୟାନ୍‌ ସତ୍ୟମ ଦ୍ୱିବେଦୀ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଉପଯୁକ୍ତ ଚିକିତ୍ସା ପାଇଁ ସେ ପ୍ରାୟ ୨୫୦ କିଲୋମିଟର ଦୂର ବିଲାସପୁରକୁ ସାପଟିକୁ ନେଇଥିଲେ। ସେଠାରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡାକ୍ତର ପି.କେ. ଚନ୍ଦନ ଅଜଗରଟିର ପରୀକ୍ଷା କରିଥିଲେ।

ଅଜଗରକୁ ଉଦ୍ଧାର

ପରୀକ୍ଷା ପରେ ଅଜଗରଟିକୁ ସର୍ଜନ ଡାକ୍ତର ପୀୟୂଷ ଦୁବେଙ୍କ ପାଖକୁ ପଠାଯାଇଥିଲା। ଦୀର୍ଘ ସାଢ଼େ ୩ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ତା’ର ମୁହଁରୁ ୨୦୦ ଗ୍ରାମ୍‌ ଓଜନର ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଥିଲା। ଏହାଦ୍ୱାରା ଅଜଗରଟିର ଜୀବନ ବଞ୍ଚାଇବା ସମ୍ଭବ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button