Turtles: ମଣିଷଠୁ ଅଧିକ କଇଁଛ ଥିବା ଦେଶ
ଆଫ୍ରିକୀୟ ଦେଶ ସେସେଲ୍ସର ଆଲ୍ଡାବ୍ରା ଅଟୋଲ୍ ହେଉଛି ଭାରତ ମହାସାଗରରେ ଥିବା ଏକ ପ୍ରବାଳ ଦ୍ୱୀପପୁଞ୍ଜ। ଏଠାରେ ରହୁଥିବା ‘ଅଲ୍ଡାବ୍ରା ଜାଏଣ୍ଟ ଟର୍ଟଏଜ୍’ ପ୍ରଜାତିର ବିଶାଳ କଇଁଛଙ୍କ ସଂଖ୍ୟା ସେସେଲ୍ସ ଦେଶର ମୋଟ ଜନସଂଖ୍ୟାକୁ ଟପିଯାଇଛି।

ଆଫ୍ରିକୀୟ ଦେଶ ସେସେଲ୍ସର ଆଲ୍ଡାବ୍ରା ଅଟୋଲ୍ ହେଉଛି ଭାରତ ମହାସାଗରରେ ଥିବା ଏକ ପ୍ରବାଳ ଦ୍ୱୀପପୁଞ୍ଜ। ଏଠାରେ ରହୁଥିବା ‘ଅଲ୍ଡାବ୍ରା ଜାଏଣ୍ଟ ଟର୍ଟଏଜ୍’ ପ୍ରଜାତିର ବିଶାଳ କଇଁଛଙ୍କ ସଂଖ୍ୟା ସେସେଲ୍ସ ଦେଶର ମୋଟ ଜନସଂଖ୍ୟାକୁ ଟପିଯାଇଛି। ଏହା ଦର୍ଶାଉଛି ଯେ ମଣିଷ ଯଦି ପ୍ରକୃତି ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନିଏ, ତେବେ ବିପନ୍ନ ପ୍ରଜାତିକୁ ବଞ୍ଚାଇ ରଖାଯାଇପାରିବ।
ଗବେଷକଙ୍କ ଆକଳନ ଅନୁସାରେ, ଆଲଡାବ୍ରା ଅଟୋଲ୍ରେ ପ୍ରାୟ ୧ ଲକ୍ଷ ୮୩ ହଜାର ବିଶାଳ କଇଁଛ ଅଛନ୍ତି। ଅନ୍ୟପକ୍ଷରେ, ସେସେଲ୍ସର ମୋଟ ଜନସଂଖ୍ୟା ପ୍ରାୟ ୧ ଲକ୍ଷ ୨୩ ହଜାର। ଅର୍ଥାତ୍, କଇଁଛଙ୍କ ସଂଖ୍ୟା ଦେଶର ମୋଟ ମଣିଷଙ୍କ ସଂଖ୍ୟାଠାରୁ ୬୦,୦୦୦ ଅଧିକ। ସେସେଲ୍ସ ଆଇଲାଣ୍ଡସ୍ ଫାଉଣ୍ଡେସନ୍ ଓ ବ୍ରିଟେନ୍ର ଏକ୍ସେଟର୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ୨୦୧୮ରୁ ୨୦୨୨ ମଧ୍ୟରେ ସଂଗୃହୀତ ତଥ୍ୟ ଆଧାରରେ ଏହି ଆକଳନ କରିଛନ୍ତି। ଆଜି ଏହି ଦ୍ୱୀପରେ ଏତେ ସଂଖ୍ୟାରେ କଇଁଛ ଦେଖିବାକୁ ମିଳୁଥିଲେ ମଧ୍ୟ ଦିନେ ସେମାନଙ୍କ ଅସ୍ତିତ୍ୱ ବିପଦରେ ଥିଲା। ଊନବିଂଶ ଶତାବ୍ଦୀରେ ନାବିକମାନେ ଖାଦ୍ୟ ପାଇଁ ଏହି କଇଁଛଙ୍କୁ ଶିକାର କରୁଥିଲେ। ଫଳରେ ସେମାନଙ୍କ ସଂଖ୍ୟା ୧୦୦୦ରୁ କମ୍ ହୋଇଯାଇଥିଲା।
ସୌଜନ୍ୟ ସମ୍ବାଦ




