Lauki farming profit: ୯୦ ଦିନରେ ୪୫ ଲକ୍ଷ…ଲାଉ ବିକ୍ରି କରି ଦିନକୁ ୫୦ ହଜାର ରୋଜଗାର, ଏହି ଦେଶରେ ପ୍ରବଳ ଡିମାଣ୍ଡ

ନୂଆଦିଲ୍ଲୀ,୧୪/୧୦; ପାରମ୍ପରିକ ଚାଷର ଅତ୍ୟନ୍ତ ଲାଭଜନକ ବିକଳ୍ପ ପାଇଁ ବେଙ୍ଗାଲୁରୁର ଜଣେ ଚାଷୀ ଚର୍ଚ୍ଚାରେ । କାତାର ଗ୍ରାହକଙ୍କ ପାଇଁ ଛୋଟ, ଗୋଲାକାର ଲାଉ ଚାଷ କରି ଆଶାତୀତ ସଫଳତା ହାସଲ କରିଛନ୍ତି । କାରିଗୌଡ଼ା ପାରମ୍ପରିକ ଚାଷ ଉପରେ ନିର୍ଭରଶୀଳ ହେବା ବଦଳରେ ବିଦେଶ ବଜାର ଉପରେ ଫୋକସ୍ କରି ଚାଷ ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସାୟ ଆରମ୍ଭ କରିଛନ୍ତି । ନିଜର ୩.୫ ଏକର ଜମିରେ ସେ ଲାଉ ଚାଷ କରୁଛନ୍ତି । ଲାଉର ସ୍ୱାଭାବିକ ଆକାର ପୁର୍ବରୁ ସେ ଅମଳ କରୁଛନ୍ତି । ଏହି ନିଷ୍ପତ୍ତି ପାଇଁ ଅନ୍ତର୍ଜାତୀୟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ସେ ସଫଳ ହେଉଛନ୍ତି । ଫଳରେ ଅମଳ ଋତୁରେ ଦିନକୁ ସେ ପ୍ରାୟ ୫୦ ହଜାର ଟଙ୍କା ଆୟ କରୁଛନ୍ତି ।
ଚାଷୀ ପରିବାରରୁ ଆସିଥିବା ବେଙ୍ଗାଲୁରୁର କଲ୍ଲୁରୁପାଲ୍ୟା ବାସିନ୍ଦା କାରିଗୌଡ଼ାଙ୍କ ପରିବାର ପାରମ୍ପରିକ ରୂପେ ମକା, ଟମାଟୋ, ବାଇଗଣ ଆଦି ଚାଷ କରିଆସୁଥିଲେ । କିନ୍ତୁ ଏଥିରୁ ଲାଭ ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା । ସମାନ ଧାରା ଜାରି ରଖିବା ବଦଳରେ କାରିଗୌଡ଼ା ବିଦେଶ ବଜାରରେ ଗ୍ରାହକଙ୍କୁ ଆକର୍ଷିତ କରିପାରିବା ଭଳି ଚାଷର ଅନ୍ୱେଷଣ କଲେ । ଛୋଟ ଲାଉଠାରେ ତାଙ୍କ ଅନ୍ୱେଷଣ ଅଟକିଲା, ଯାହାର ବିଦେଶ ବଜାରରେ ଖୁବ୍ ଚାହିଦା ରହିଛି । ବିଦେଶ ବଜାରରେ ଲାଉର ଉପଲବ୍ଧତା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ର ଆକାର ଓ ଗୁଣବତ୍ତା ବି ସେତିକି ଜରୁରି । ପାରମ୍ପରିକ ଲାଉ ଖୁବ୍ ବଡ଼ ହେଉଥିବା ବେଳେ କାରିଗୌଡ଼ା ଚାଷ କରୁଥିବା ‘ସ୍ୱିକାର ୦୪୫ ଏଫ୍୧’ କିସମର ଲାଉ ହାରାହାରି ୫୦୦ ଗ୍ରାମ୍ର ହୁଏ, ଯାହା ତାଙ୍କ ଫୋକସ୍ରେ ଥିବା ବିଦେଶୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରେ ।
ସୌଜନ୍ୟ ପ୍ରମେୟ




