ରାଜ୍ୟ

Contaminated water: ଦୂଷିତ ପାଣି ସାଜିଛି କାଳ: କିଡ୍‌ନି ରୋଗ ଆଁରେ ‘ଅମାସମା’

ପାହାଡ଼ ତଳେ ରହିଛି ଛୋଟ ଗାଁଟିଏ। ମାତ୍ର ୫୦ ପରିବାର ରୁହନ୍ତି। ହେଲେ ଗତ ୩ ବର୍ଷରେ କିଡ୍‌ନି ରୋଗ ଏ ଗାଁର ୧୮ ଲୋକଙ୍କ ଜୀବନ ନେଲାଣି। ଏବେ ବି ଗାଁ‌ରେ ଅଛନ୍ତି ୧୫ରୁ ଅଧିକ କିଡ୍‌ନି ରୋଗୀ।

କପିଳେନ୍ଦ୍ର ପ୍ରଧାନ
ଅନୁଗୋଳ: ପାହାଡ଼ ତଳେ ରହିଛି ଛୋଟ ଗାଁଟିଏ। ମାତ୍ର ୫୦ ପରିବାର ରୁହନ୍ତି। ହେଲେ ଗତ ୩ ବର୍ଷରେ କିଡ୍‌ନି ରୋଗ ଏ ଗାଁର ୧୮ ଲୋକଙ୍କ ଜୀବନ ନେଲାଣି। ଏବେ ବି ଗାଁ‌ରେ ଅଛନ୍ତି ୧୫ରୁ ଅଧିକ କିଡ୍‌ନି ରୋଗୀ। ପ୍ରତି ମାସେ ଦି’ମାସରେ ନୂଆ ନୂଆ କିଡ୍‌ନି ରୋଗୀ ଚିହ୍ନଟ ହେଉଛନ୍ତି। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର ‘ଅମାସମା’ରେ ଦେଖିବାକୁ ମିଳିଛି ଏଭଳି ସାଂଘାତିକ ଚିତ୍ର।

ଆଠମଲ୍ଲିକ ବ୍ଲକ୍‌ ଠାକୁରଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ସାଢ଼େ ୪ କିଲୋମିଟର ଦୂର ଗଲେ ପଡ଼େ ଅମାସମା ଗାଁ। ଏ ପାହାଡ଼ିଆ ଗାଁରେ ଅଛି ୩ଟି ସାହି। ୫୪ଟି ପରିବାରର ୨୫୦ ଲୋକ ବାସକରନ୍ତି। ସବୁଜିମାଭରା ଗଛପତ୍ର ଥାଇ ବି ଗାଁ ଲୋକେ ଏବେ ଅଣନିଶ୍ବାସୀ। କିଡ୍‌ନି ରୋଗ ଏବେ ସେମାନଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ଗାଁରେ କାହାର ଭେଣ୍ଡିଆ ପୁଅ କିଡ୍‌ନି ରୋଗର ଶିକାର ହେଉଛି ତ’ ଆଉ କାହା ସ୍ବାମୀର ଜୀବନ ଅକାଳରେ ଝଡ଼ିପଡ଼ୁଛି। ଏମିତିକି ଗାଁର ଛୋଟପିଲା ଓ କିଛି ବର୍ଷ ହେଲା ବୋହୂ ହୋଇଆସିଥିବା ମହିଳା ବି ଏଥିରୁ ମୁକୁଳି ପାରୁନାହାନ୍ତି। ଗାଁର ଜୟନ୍ତୀ ପଧାନ କହିଛନ୍ତି, ବର୍ଷତମାମ ସେମାନଙ୍କୁ ଭଲ ପାଣି ମୁନ୍ଦେ ମିଳେନି। ଭଲ ରାସ୍ତାଟିଏ ନଥିବା ଗାଁକୁ ଟ୍ୟାପ୍‌ ପାଣି ଯୋଗାଇବ କିଏ? ଗାଁରେ ଥିବା ନଳକୂଅରୁ ବାହାରୁଥିବା କଳଙ୍କିମିଶା ପାଣି ହିଁ ସେମାନଙ୍କ ଏକମାତ୍ର ଭରସା। ଏହି ଦୂଷିତ ପାଣି ହିଁ ରୋଗର କାରଣ। ଏନେଇ ବାରମ୍ବାର ଅଭିଯୋଗ କଲେ କିଛି ବାବୁ ଆସନ୍ତି, ନଳକୂଅ ପାଣିକୁ ବୋତଲରେ ପୂରାଇ ପରୀକ୍ଷା ପାଇଁ ନିଅନ୍ତି। ହେଲେ କ’ଣ ବାହାରିଲା କେବେ ଜଣାନ୍ତିନି କି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ବି ପଠାନ୍ତିନି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button