Bollywood debut: ବଲିଉଡ୍ ପଦାର୍ପଣ ନେଇ ଉତ୍ସାହିତ
ବହୁ ପ୍ରତୀକ୍ଷିତ ସିନେମା ‘ରାମାୟଣ’ର ରିଲିଜ୍ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଏଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅନୁଜ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ ଅଭିନେତା ରବି ଦୁବେ।

ବହୁ ପ୍ରତୀକ୍ଷିତ ସିନେମା ‘ରାମାୟଣ’ର ରିଲିଜ୍ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଏଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅନୁଜ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ ଅଭିନେତା ରବି ଦୁବେ। ସେ ପୂର୍ବରୁ ଅନେକ ଟେଲିଭିଜନ୍ ସୋ’ରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବେଳେ ଏହା ତାଙ୍କର ପ୍ରଥମ ବଲିଉଡ୍ ସିନେମା। ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ସିନେମାରେ ରବି ଦୁବେଙ୍କ ଲୁକ୍କୁ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି। ଟ୍ରେଲର୍ ରିଲିଜ୍ ହେବା ପରେ ଲକ୍ଷ୍ମଣ ଭାବେ ଦର୍ଶକ ତାଙ୍କୁ ଖୋଲାହୃଦୟରେ ଗ୍ରହଣ କରିଛନ୍ତି।
ଲକ୍ଷ୍ମଣଙ୍କ ଭଳି ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି କହିଛନ୍ତି ରବି। ଏହି ଚରିତ୍ରର ଗଭୀରତା ଓ ମହତ୍ତ୍ୱକୁ ଠିକ୍ ଭାବରେ ପରଦାରେ ଉପସ୍ଥାପନ କରିବା ସହ ଏହା ସହିତ ଜଡ଼ିତ ଦାୟିତ୍ୱକୁ ସେ ଭଲଭାବେ ବୁଝିଛନ୍ତି। ଟ୍ରେଲର୍ ଦେଖି ଦର୍ଶକ ଯେଉଁଭଳି ଭାବେ ଭଲପାଇବା ଓ ପ୍ରଶଂସା ଅଜାଡ଼ି ଦେଇଛନ୍ତି; ସେଥିପାଇଁ ସେ ଦର୍ଶକଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ହଜାର ହଜାର ବର୍ଷ ଧରି ଲୋକଙ୍କ ହୃଦୟ ଓ ମନରେ ବସା ବାନ୍ଧିଥିବା ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିବା ନିଜ ପାଇଁ ଏକ ବିରଳ ଅନୁଭୂତି ବୋଲି ରବି ବିଶ୍ବାସ କରନ୍ତି।
ସୌଜନ୍ୟ ସମ୍ବାଦ




