ମନୋରଞ୍ଜନ

Imran Hasmi: ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଅଭିନେତା ଇମ୍ରାନ ହାଶମୀ: ‘ଗନମାଷ୍ଟର ଜି୯’ର ସୁଟିଂ ସମୟରେ ଓଲଟିଲା ଏସୟୁଭି

ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାଶମୀଙ୍କ ଆଗାମୀ ଆକ୍ସନ୍-ରୋମାଣ୍ଟିକ ଚଳଚ୍ଚିତ୍ର ‘ଗନମାଷ୍ଟର ଜି୯’ର ସୁଟିଂ ସମୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି।

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାଶମୀଙ୍କ ଆଗାମୀ ଆକ୍ସନ୍-ରୋମାଣ୍ଟିକ ଚଳଚ୍ଚିତ୍ର ‘ଗନମାଷ୍ଟର ଜି୯’ର ସୁଟିଂ ସମୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ସୁଟିଂ ସେଟ୍‌ରେ ଏକ ବିପଜ୍ଜନକ ଆକ୍ସନ୍ ଷ୍ଟଣ୍ଟ ବେଳେ ଏକ ଏସୟୁଭି ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏବଂ ତଳେ ଠିଆ ହୋଇଥିବା ଏକ ଭ୍ୟାନ୍ ଉପରେ ଯାଇ ପଡ଼ିଥିଲା। ଏହି ଭୟଙ୍କର ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ରିପୋର୍ଟ ମୁତାବକ, ଫିଲ୍ମର କ୍ଲାଇମ୍ୟାକ୍ସ ସିକ୍ୱେନ୍ସର ସୁଟିଂ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ଗାଡ଼ିଟି ଓଲଟି ପଡ଼ିବା ସମୟରେ ଏହା ଅଭିନେତା ଇମ୍ରାନ ହାଶମୀଙ୍କ ଅତି ନିକଟରେ ପହଞ୍ଚି ଯାଇଥିଲା। ତେବେ ଭାଗ୍ୟବଶତଃ ଏହି ଭୟାନକ ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ କ୍ରୁ ମେମ୍ବରମାନେ ମଧ୍ୟ ଭିଡିଓରେ ନଜର ଆସୁଛନ୍ତି। ତେବେ ଏହା ପୂର୍ବରୁ ଯୋଜନାବଦ୍ଧ ଆକ୍ସନ୍ ସିନ୍ ଥିଲା କିମ୍ବା ଷ୍ଟଣ୍ଟ ସମୟରେ କୌଣସି ତ୍ରୁଟି ଘଟିଥିଲା, ସେନେଇ ଫିଲ୍ମର ନିର୍ମାତାମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button