ରାଜ୍ୟ

Missing Case: ପୁରୀରେ ହଜିଲେ ମିଳୁନାହାନ୍ତି ମହିଳା ଓ ଶିଶୁ, ୫ ବର୍ଷର ରିପୋର୍ଟ ପଦାରେ ପକାଇଲା ପୁଲିସର ପାରିବାପଣିଆ

ପୁରୀ, ୧୫\୧୦: ପୁରୀରେ ହଜିଗଲେ ମିଳିବା କଷ୍ଟ । ହଜି ଯାଉଥିବା  ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଏଭଳି ତଥ୍ୟ  ସାମ୍ନାକୁ ଆସିବା ଚିନ୍ତାର କାରଣ ହୋଇଛି ।  ପୁଲିସ ପାଖରେ ଅଭିଯୋଗ କରିବା ସ୍ବତ୍ତେ  ହଜି ଯାଉଥିବା ମହିଳା ଓ ଶିଶୁଙ୍କୁ ଚିହ୍ନଟ ଏବଂ ଉଦ୍ଧାର ପ୍ରକ୍ରିୟା ସଫଳ ହୋଇପାରୁନି । ଏହାକୁ  ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ  ପାଇଛି । ଗତ ୫ ବର୍ଷର ସରକାରୀ ତଥ୍ୟ  ଦେଖିଲେ ପୁଲିସ କେତେ ବିଫଳ ତାହା ସ୍ପଷ୍ଟ ।

ରିପୋର୍ଟ ମୁତାବକ ୨୦୨୧ ମସିହାରେ  ପୁରୀରେ ୫୫୯ ଜଣ ମହିଳା ନିଖୋଜ ଥିବା  ବେଳେ ୨୦୨୬ ଜୁଲାଇ ଶେଷ ସୁଦ୍ଧା ୪୧୦ଙ୍କୁ  ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ସେହିପରି  ଏହି ବର୍ଷ ୯୮ ଶିଶୁ ନିଖୋଜ ହୋଇଥିବା  ବେଳେ ୨୦୨୬ ଜୁଲାଇ ଶେଷ ସୁଦ୍ଧା ୭୫  ଜଣଙ୍କୁ ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା ।  ୮୪ ଯୁବତୀ ନିଖୋଜ ଥିବା ବେଳେ ୬୫  ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା ।  ୨୦୨୨ ମସିହାରେ ୭୧୭ ନିଖୋଜ  ମହିଳାଙ୍କ ମଧ୍ୟରୁ ୫୮୩ଙ୍କୁ, ୨୫୨ ଜଣ ଶିଶୁଙ୍କ  ମଧ୍ୟରୁ ୨୨୧ଙ୍କୁ, ୨୩୮ ଜଣ ଯୁବତୀଙ୍କ ମଧ୍ୟରୁ  ୨୦୮ଙ୍କୁ ଚଳିତ ବର୍ଷ  ଜୁଲାଇ ଶେଷ ସୁଦ୍ଧା  ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୨୦୨୩  ମସିହାରେ ୪୫୯ ନିଖୋଜ ମହିଳାଙ୍କ ମଧ୍ୟରୁ  ୩୦୩ଙ୍କୁ, ୩୫୨ ନିଖୋଜ ଶିଶୁଙ୍କ ମଧ୍ୟରୁ  ୩୦୫ଙ୍କୁ ଓ ୩୨୨ ଜଣ ଯୁବତୀଙ୍କ ମଧ୍ୟରୁ  ୨୭୯ଙ୍କୁ  ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା  ଉଦ୍ଧାର କରାଯାଇପାରିଥିଲା । ୨୦୨୪ରେ  ନିଖୋଜ ୬୮୭ ନିଖୋଜ ମହିଳାଙ୍କ ମଧ୍ୟରୁ  ୫୪୯ଙ୍କୁ, ୩୮୧ ନିଖୋଜ ଶିଶୁଙ୍କ ମଧ୍ୟରୁ  ୨୬୯ଙ୍କୁ, ୩୪୦ ଜଣ ନିଖୋଜ ଯୁବତୀଙ୍କ  ମଧ୍ୟରୁ ୨୫୦ଙ୍କୁ ଚଳିତ ବର୍ଷ  ଜୁଲାଇ ଶେଷ  ସୁଦ୍ଧା ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା ।  ୨୦୨୫ରେ ନିଖୋଜ ୮୩୦ ମହିଳାଙ୍କ ମଧ୍ୟରୁ  ୪୨୬ ଜଣଙ୍କୁ, ୪୨୯ ନିଖୋଜ ଶିଶୁଙ୍କ  ମଧ୍ୟରୁ ୨୯୭ଙ୍କୁ ଓ ୩୭୮ ଜଣ ଯୁବତୀଙ୍କ  ମଧ୍ୟରୁ ୨୫୮ଙ୍କୁ ଚଳିତ ବର୍ଷ ଜୁଲାଇ  ଶେଷ ସୁଦ୍ଧା ଉଦ୍ଧାର କରାଯାଇପାରିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button