ରାଜ୍ୟ
ନୂଆ ରାଜ୍ୟପାଳଙ୍କ ବିବୃତିକୁ ନବୀନଙ୍କ ସମାଲୋଚନ, ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବାକୁ ପରାମର୍ଶ

ଭୁବନେଶ୍ୱର,୧୫/୧୦: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତି ମିଳିଛି । ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିଛି । ଓଡ଼ିଶାରେ ବିଜେପି ସଂଗଠନକୁ ସୁଦୃଢ଼ କରିବେ ବୋଲି ସେ ଦେଇଥିବା ମନ୍ତବ୍ୟକୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି ।
ନବୀନ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମନୋନୀତ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ । ଦଳୀୟ କାମ କରିବାକୁ ତାଙ୍କୁ ମନୋନୀତ କରାଯାଇଛି । ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି ବୋଲି ସେ କଟାକ୍ଷ କରି ଲେଖିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବାକୁ ଉତ୍ସାହ ଓ ଶକ୍ତି ଦିଅନ୍ତୁ । ଏହାଦ୍ୱାରା ସେ ନିରପେକ୍ଷ ଭାବେ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ନବୀନ ଲେଖିଛନ୍ତି ।
ସୌଜନ୍ୟ ପ୍ରମେୟ




