ରାଜ୍ୟ

Railway Records:ଯାତ୍ରୀ ଆୟ ଓ ଟିକେଟ୍‌ ବୁକିଂରେ ପୂର୍ବତଟ ରେଲୱେର ରେକର୍ଡ ,୬ ମାସରେ ୧,୦୭୯.୩୦ କୋଟି ଟଙ୍କା ଯାତ୍ରୀ ଆୟ

ଭୁବନେଶ୍ୱର,୧୫\୧୦: ଯାତ୍ରୀ ଆୟ କ୍ଷେତ୍ରରେ ରେକର୍ଡ କଲା ପୂର୍ବତଟ ରେଲୱେ । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଗତ ବର୍ଷର ସମାନ ଅବଧି ତୁଳନାରେ ୧୮.୦୧% ବୃଦ୍ଧି ହାସଲ ହୋଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ୧,୦୭୯.୩୦ କୋଟି ଟଙ୍କା ଯାତ୍ରୀ ଆୟ ହୋଇଛି । ଗତବର୍ଷ ସମାନ ଅବଧିରେ ୯୧୪.୬୨ କୋଟି ଆୟ ହୋଇଥିଲା । ଏଥିସହ ଏପ୍ରିଲରୁ ସେପ୍ଟେମ୍ବର ସୁଦ୍ଧା ୧.୭୬% ଯାତ୍ରୀ ଟିକେଟ୍ ବୁକିଂ ମଧ୍ୟ ବଢିଛି ।

ସୂଚନାଅନୁସାରେ, ଯାତ୍ରୀ ଟିକେଟ୍ ବୁକିଂ ବୃଦ୍ଧି ତୁଳନାରେ ଯାତ୍ରୀ ଆୟରେ ଅଧିକ ଅଭିବୃଦ୍ଧି ହୋଇଛି । ଯାତ୍ରୀ ପିଛା ହାରାହାରି ଆୟ ୧୬% ଅଭିବୃଦ୍ଧି ସହ ପ୍ରାୟ ୨୪୦ ରୁ ୨୭୮ ଟଙ୍କାକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୩୮.୭୭ ମିଲିଅନ ଯାତ୍ରୀ ଟିକେଟ୍ ବୁକିଂ କରିଛନ୍ତି । ଗତବର୍ଷର ୩୮.୧୦ ମିଲିଅନ ତୁଳନାରେ ଏଥର ୧.୭୬% ବୃଦ୍ଧି ଘଟିଛି । ଟିକେଟ୍ ଯାଞ୍ଚରେ ମଧ୍ୟ ରାଜସ୍ୱ ବୃଦ୍ଧି ହୋଇଛି । ୩୦ ସେପ୍ଟେମ୍ବର ସୁଦ୍ଧା ବିନା ଟିକେଟ୍ରେ ଯାତ୍ରା ଏବଂ ଅନିୟମିତ ଯାତ୍ରା ସମ୍ପର୍କିତ ୫.୧୫ ଲକ୍ଷ ମାମଲାରେ ୩୬.୨୧ କୋଟି ଟଙ୍କା ଆଦାୟ କରିଛି ପୂର୍ବତଟ ରେଲୱେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button