ଜାତୀୟ

ନଭେମ୍ବର ପହିଲାରୁ ମୋବାଇଲ୍‌ରେ ଦେଖାଯିବ ଅଜଣା କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ, ସରକାର ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୧୦: ଆଉ ଲୁଚିପାରିବେନି ଫ୍ରଡ୍‌ କଲର୍। ଅଜଣା ନମ୍ବରରୁ ଫୋନ୍ ଆସୁଥିଲେ ଖୁବ୍ ଶୀଘ୍ର ପଡିବେ ଧରା। କାରଣ ଆଗକୁ ଏହି ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ସହଜରେ କରିହେବ ଚିହ୍ନଟ। ଦୂର ସଞ୍ଚାର ବିଭାଗ (DoT) ଟେଲିକମ୍ କମ୍ପାନୀକୁ ୧ ନଭେମ୍ବର ୨୦୨୬ ରୁ  କଲିଂ ନେମ୍ ପ୍ରେଜେଣ୍ଟେସନ୍ (CNAP) ସେବା ଆରମ୍ଭ କରିବାକୁ ନିର୍ଦେଶ ଦେଇଛି। ଏହି ସୁବିଧା ଅନୁସାରେ, ୟୁଜର୍ସଙ୍କୁ ଇନକମିଂ କଲ୍ ବେଳେ ମୋବାଇଲ ନମ୍ବର ସହ କଲ୍ କରୁଥିବା ନାଁ ବି ଦେଖାଯିବ। ଏହି ସେବା ୪ଜି ଓ ଏଥିରେ ନୂଆ ଟେକ୍ନୋଲୋଜି ଥିବା ମୋବାଇଲ ନେଟଓ୍ବର୍କରେ ଆରମ୍ଭ କରାଯିବ।

CNAP ର ଉଦ୍ଦେଶ୍ୟ ଫୋନ୍‌କୁ ଆସୁଥିବା ଅଜଣା କଲ୍‌ରୁ ଚିହ୍ନଟ କରିବା ସହଜ ହେବ। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ଫୋନ୍‌ରେ କୌଣସି ନମ୍ବର ସେଭ୍ ନାହିଁ, ତେବେ କଲ୍ ଆସିଲେ ସାଧାରଣ ଭାବରେ କେବଳ ନମ୍ବର ଦେଖାଯାଏ। କଲ୍ କରୁଥିବା ଲୋକଙ୍କ ନାଁ ଜାଣିବା ପାଇଁ ବହୁ ୟୁଜର୍ସ ‘ଟ୍ରୁ କଲର୍’ ଭଳି ଆପ୍ ବ୍ୟବହାର କରନ୍ତି। CNAP ଆସିବା ପରେ ଏଥିପାଇଁ ଥାର୍ଡ ପାର୍ଟି ଆପ୍ ଉପରେ ନିର୍ଭର କରିବା କମ୍ ହେବ।

CNAP କ’ଣ ଓ କିଭଳି କରିବ କାମ ?

CNAP ଅର୍ଥାତ କଲିଂ ନେମ୍ ପ୍ରେଜେଣ୍ଟେସନ୍ ଟେଲିକମ୍ ନେଟଓ୍ବର୍କରେ କାମ କରୁଥିବା କଲର୍ଙ୍କୁ ଚିହ୍ନଟ ସମ୍ପର୍କିତ ସୁବିଧା ରହିଛି। ଏହା ଅନୁସାରେ, କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ତାଙ୍କ ଟେଲିକମ୍ ଅପରେଟରଙ୍କ ସବସ୍କ୍ରାଇବ୍ ରେକର୍ଡ ଆଧାରରେ ଦେଖାଯିବ। ଅର୍ଥାତ ଏହି ସୂଚନା କେବଳ ଅନ୍ୟ ୟୁଜରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ କିମ୍ବା ଥାର୍ଡ ପାର୍ଟି ଆପ୍‌ରେ ଡାଟାବେସ୍ ଉପରେ ଆଧାରିତ ହେବ।

ଯଦି ଆପଣଙ୍କ ଫୋନ୍‌ରେ କୌଣସି ବ୍ୟକ୍ତିଙ୍କ ନମ୍ବର ସେଭ୍ ନାହିଁ ଓ ସେ ଆପଣଙ୍କୁ କଲ୍ କରନ୍ତି, ତେବେ CNAP ଜରିଆରେ ସ୍କ୍ରିନ୍ ଉପରେ ତାଙ୍କ ନାଁର ସୂଚନା ଦେଖାଯାଇପାରେ। ଯଦି ନମ୍ବର ପୂର୍ବରୁ ଆପଣଙ୍କ କଣ୍ଟାକ୍ଟରେ ସେଭ୍ ଅଛି, ତେବେ ଫୋନ୍‌ରେ ସେଭ୍ ନାଁ ଦେଖାଯାଇପାରେ। ତେବେ ସ୍କ୍ରିନ୍ ଉପରେ ଦେଖାଯାଉଥିବା ନାଁ ସିମ୍ ରେଜିଷ୍ଟେ୍ରସନ୍ ରେକର୍ଡ ଉପରେ ଆଧାରିତ ହେବା କାରଣରୁ ଜରୁରୀ ନୁହେଁ ଯେ, ସେ କଲ୍ କରୁଥିବା ବ୍ୟକ୍ତିଙ୍କ ଅସଲି ପରିଚୟ ସବୁବେଳେ ମେଳ ଖାଇବ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button