ଜାତୀୟ

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା: କହିଲେ ‘ଆମକୁ କେହି ଡରାଇପାରିବେନି’, ଜାରି କଲେ ନୋଟିସ୍

ନୂଆଦିଲ୍ଲୀ,୧୫।୧୦: ଏସଆଇରକୁ ନେଇ ବିରୋଧିଙ୍କ ଚାଲିଛି ଆନ୍ଦୋଳନ। ଏହାକୁ ନେଇ ଇଣ୍ଡି ମେଣ୍ଟ ସହ ଅନ୍ୟ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି। ଏହାକୁ ନେଇ ନିକଟରେ ରାହୁଲ ଗାନ୍ଧୀ ଏବଂ ବିରୋଧି ଦଳ ନେତାମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ଏବେ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଏଭଳି ନୁହେଁ ସେ ବାସ୍ତବିକତା କ’ଣ ତାହା ଜାଣିନାହାନ୍ତି। ସେ କହିଛନ୍ତି, କେହି ବି ନ୍ୟାୟପାଳିକାକୁ ଡରାଇ କିମ୍ବା ଧମକାଇ ପାରିବେନି।’

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଆମେ କୌଣସି ଉଚ୍ଚ ମହଲାରେ ବସିଥିବା ବ୍ୟକ୍ତି ନୁହେଁ। ଆମକୁ ଜଣା ଅଛି ବାହାରେ କ’ଣ ବୟାନ ଦେଉଛନ୍ତି ଆଉ କୋର୍ଟରେ କ’ଣ କହୁଛନ୍ତି। ଆମକୁ ସବୁ ଜଣାଅଛି। ଚିଫ୍ ଜଷ୍ଟିସ୍ ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ କପିଲ ସିବଲ୍‌ କହିଛନ୍ତି, ନୋଟିସ୍ ଜାରି କରିବାର ଅର୍ଥ ଏହା ନୁହେଁ ଯେ, ଆମେ କୌଣସି ଜିନିଷକୁ ନିନ୍ଦା କରୁଛୁ। କିନ୍ତୁ ଏହା ପୂର୍ବରୁ ଏକ ଆପତ୍ତି ରହିଛି। ଆମେ ପରବର୍ତ୍ତୀ ଶୁଣାଣିର ତାରିଖ ଉପରେ ଆବେଦନକାରୀଙ୍କ ଭିତରୁ ଜଣଙ୍କୁ ତାଙ୍କ ବ୍ୟବହାର ବିଷୟରେ ପଚାରିବାକୁ ଚାହିଁବୁ।’ ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧୀ ଓ ବିରୋଧି ଦଳଙ୍କର ଅନ୍ୟ ନେତାମାନେ ୧୨ ଅକ୍ଟୋବରରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ସେ ନିର୍ବାଚନ କମିଶନ୍‌ଙ୍କ ଦ୍ବାରା ଚଳାଯାଇଥିବା ଏସଆଇଆର ପକ୍ରିୟାକୁ ଚ୍ୟାଲେଞ୍ଜ ଦେଇ ନିଜର ଆବେଦନପତ୍ର ପ୍ରଦାନ କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା।

ରାହୁଲଙ୍କ ସହିତ ଅଖିଳେଶଙ୍କୁ ବି ନୋଟିସ୍

ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ ରାହୁଲ ଗାନ୍ଧୀଙ୍କ ସହିତ ଇଣ୍ଡିଆ ମେଣ୍ଟର ନେତାଙ୍କ ସେହି ଆବେଦନ ଉପରେ ରହିଛି, ଯେଉଁଥିରେ ନିର୍ବାଚନ କମିଶନଙ୍କ ଦ୍ବାରା ଭୋଟର ଲିଷ୍ଟର ଏସଆଇଆରରେ ତ୍ରୁଟି ଅଭିଯୋଗ ରହିଛି। ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀ ଓ ଅନ୍ୟମାନଙ୍କର ଆବେଦନ ଉପରେ ନିର୍ବାଚନ କମିଶନ୍, ମୁଖ୍ୟ ନିର୍ବାଚନ କମିଶନ୍ (ସିଇସି) ଜ୍ଞାନେଶ କୁମାର ଓ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁଙ୍କ ସହିତ ବିବେକ ଯୋଶୀଙ୍କ ଜବାବ୍ ମାଗିଛନ୍ତି।

ଆମେ ଅଜଣା ନୁହେଁ : ସିଜେଆଇ

ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ମାର୍ଚ୍ଚ କରୁଥିବା ନ୍ୟାୟପାଳିକାଙ୍କ ଉପରେ ଚାକ ପକାଇବାର କଥିତ ଚେଷ୍ଟା ଓକିଲଙ୍କ ଦ୍ବାରା ଆଲୋଚନା କରାଯିବା ଉପରେ ସିଜେଆଇ କହିଛନ୍ତି, ଆମେ ବାସ୍ତବିକତା ନେଇ ଅଜଣା ନୁହେଁ।’ ଉଲ୍ଲେଖନୀୟ ଯେ, ଜନ୍ତରମନ୍ତରକୁ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥଳ ସୂଚୀରୁ ହଟାଯିବାର ଚ୍ୟାଲେଞ୍ଜ ଦେଇୀଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ପୋଲିସକୁ ଜବାବ୍ ମାଗିଛନ୍ତି। ନିର୍ବାଚନ କମିଶନ ସମ୍ପର୍କିତ ପ୍ରସଙ୍ଗ ଉପରେ ଅସଦୁଦ୍ଦିନ୍ ଓୱେସିଙ୍କ ସହିତ ବହୁ ନେତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ଅନ୍ୟ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button