ରାଶିଫଳ

Horoscope 2026 October 16: ଜାଣନ୍ତୁ ଆଜିର ରାଶିଫଳ…

ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ବୃଦ୍ଧି ଲାଗି କାହାରି ସାହାଯ୍ୟ ପାଇବେ। କୌଣସି ଯୋଜନା ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ କୌଣସି କାମ ପାଇଁ ପ୍ରଶଂସା କରିବେ। ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ।

ମେ‌ଷ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ବୃଦ୍ଧି ଲାଗି କାହାରି ସାହାଯ୍ୟ ପାଇବେ। କୌଣସି ଯୋଜନା ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ କୌଣସି କାମ ପାଇଁ ପ୍ରଶଂସା କରିବେ।

 

ମିଥୁନ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଆପଣଙ୍କଠାରୁ ସହକର୍ମୀ ଫୋନରେ ମତ ନେବେ। ନୂଆ ଦୁଇଚକିଆ ଯାନ କିଣିବା ଲାଗି ଦିନଟି ଶୁଭ।

ସିଂହ: ଆର୍ଥିକ ଲାଭର ଅବସର ପାଇବେ। କୌଣସି ବନ୍ଧୁ ଆପଣଙ୍କୁ ସହଯୋଗ କରିବା ପାଇଁ କହିବେ। କୌଣସି କାମରେ ଭଲ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ।

କନ୍ୟା: ଛୋଟ ଛୋଟ କଥାରେ ରାଗିଲେ କିଛି ଲୋକ ବିରୋଧ କରିବେ। ନିବେଶ ମାମଲାରେ କୌଣସି ନୂଆ ପରାମର୍ଶ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ପାଇଁ ଘର ଲୋକଙ୍କୁ କହିବେ।

ତୁଳା: ଦାମ୍ପତ୍ୟ ଜୀବନରେ ମଜଭୁତ ଆସିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

ବିଛା: ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ଘରୋଇ କାମ ସମାପ୍ତ କରିବାରେ ସଫଳ ରହିବେ। ଜମି ବେପାରୀଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

ଧନୁ: ସମ୍ବନ୍ଧରେରେ ମିଷ୍ଟତା ଆସିବ। ନୂଆ କାମ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ।

ମକର: ଆପଣ କୌଣସି ଭଲ କାମ କରିବେ। କୋର୍ଟକଚେରି ମାମଲାରେ ବନ୍ଧୁର ମତ ନେବେ। ଆପଣଙ୍କ କଥାରେ ପରିବାର ଲୋକ ସହମତ ହେବେ। ବେପାରରେ ଉନ୍ନତିର ଯୋଗ ଅଛି।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ମାମୁଁ ଘରୁ କୌଣସି ଭଲ ଖବର ପାଇବେ। କଥା କହିବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦନିଅନ୍ତୁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ମୀନ: ଧର୍ମଗ୍ରନ୍ଥ ପଢ଼ିବାରେ ସମୟ ବିତାଇବେ। ପରିବାର ଲୋକଙ୍କର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ନୂଆ କାମ ପ୍ରାରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button