Vidya Balan Career Struggles : ଦକ୍ଷିଣ ସିନେମାରେ ବିଦ୍ୟାଙ୍କୁ କାହିଁକି କୁହାଯାଉଥିଲା ଅଶୁଭ? ‘ପନୌତି’ ଟ୍ୟାଗ୍ ପାଇଁ ଅନେକ ଫିଲ୍ମରୁ ପଡ଼ିଥିଲେ ବାଦ୍

ନୂଆଦିଲ୍ଲୀ, ୧୫/୧୦: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ୍ ନିଜ ଦମ୍ଦାର ଅଭିନୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ସାକ୍ଷାତକାରରେ ବିଦ୍ୟା ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନର କିଛି ତିକ୍ତ ଅନୁଭୂତି ବାଣ୍ଟିବା ସହ ରଜନୀକାନ୍ତଙ୍କ ସହ ଏକ ଧୂମପାନ ଦୃଶ୍ୟର ସୁଟିଂ ଅନୁଭବ ବିଷୟରେ ମଧ୍ୟ କହିଛନ୍ତି।
ବିଦ୍ୟା କହିଛନ୍ତି ଯେ, କ୍ୟାରିୟରର ଆରମ୍ଭରେ ତାଙ୍କୁ ମାଲାୟାଲମ୍ ଓ ତାମିଲ୍ ଚଳଚ୍ଚିତ୍ରରେ ଅନେକ ସୁଯୋଗ ମିଳିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, କିଛି ଚଳଚ୍ଚିତ୍ରର କାମ ଆରମ୍ଭ ହେବା ପୂର୍ବରୁ ହିଁ ବନ୍ଦ ହୋଇଯାଇଥିଲା। ଏହି ଘଟଣାଗୁଡ଼ିକ ପରେ ତାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ‘ପନୌତି’ ବା ଅଶୁଭ ବୋଲି କୁହାଯାଇଥିଲା। ଏହି ଅନୁଭୂତି ତାଙ୍କ କ୍ୟାରିୟର ଉପରେ ଗଭୀର ପ୍ରଭାବ ପକାଇଥିଲା। ବିଶେଷକରି, ମାଲାୟାଲମ୍ ଚଳଚ୍ଚିତ୍ର ‘ଚକ୍ରମ୍’ରେ ମୋହନଲାଲଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିଥିଲେ ମଧ୍ୟ ପ୍ରକଳ୍ପଟି ଆଗକୁ ବଢ଼ିପାରିନଥିଲା। ଏପରି ପରିସ୍ଥିତିରେ ଅନେକ ଥର ସୁଟିଂ ଆରମ୍ଭ ହେବା ପୂର୍ବରୁ ତାଙ୍କ ସ୍ଥାନରେ ଅନ୍ୟ ଅଭିନେତ୍ରୀଙ୍କୁ ନିଆଯାଉଥିଲା।
ସୌଜନ୍ୟ ପ୍ରମେୟ




