ରାଜ୍ୟ

Low Pressure Alert: ପାର୍ବଣରେ ବର୍ଷା ଭୟ, ୨୫ ତାରିଖ ବେଳକୁ ଲଘୁଚାପ! ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬/୧୦: ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଉପକୂଳ ଅଞ୍ଚଳରେ ବର୍ଷା ହେବ । ୨୨ରୁ ୨୮ ତାରିଖ ଭିତରେ ଦେଶର ପୂର୍ବ ଉପକୂଳର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି ) ର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ ଦିଆଯାଇଛି ।

ଆଇଏମ୍‌ଡ଼ି  ପକ୍ଷରୁ ଆକଳନ କରି କୁହାଯାଇଛି, ୧୫ରୁ ୨୧ ତାରିଖ ଭିତରେ ଓଡ଼ିଶାରେ ବର୍ଷା ନେଇ କୌଣସି ସୂଚନା ନାହିଁ । ଏହି ସମୟରେ ଦେଶରେ ମଧ୍ୟ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ୨୨ରୁ ୨୮ ତାରିଖ ଭିତରେ ଓଡ଼ିଶାରେ ବର୍ଷ । ସମ୍ଭାବନା ଥିଲେ ବି ଦେଶର ପୂର୍ବ ଭାଗରେ ସ୍ୱାଭାବିକଠାରୁ କମ୍ ବର୍ଷ । ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button