ରାଜ୍ୟ

Dussehra Vacation: ହାଇକୋର୍ଟର ଦଶହରା ଅବକାଶ: ୧୯ରୁ ଛୁଟି, ୨୭ରେ ଖୋଲିବ

କଟକ,୧୬/୧୦: ଓଡ଼ିଶା ହାଇକୋର୍ଟର ଦଶହରା ଅବକାଶ ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୧୭ ଓ ୧୮ ତାରିଖ ଯଥାକ୍ରମେ ଶନିବାର ଓ ରବିବାର କୋର୍ଟ ସ୍ୱାଭାବିକ ଭାବେ ବନ୍ଦ ରହୁଥିବାରୁ ଶୁକ୍ରବାର ହେଉଛି ଦଶହରା ପୂର୍ବ ଶେଷ କାର୍ଯ୍ୟ ଦିବସ । ଆସନ୍ତା ୨୭ ତାରିଖରେ କୋର୍ଟ ଖୋଲିବ । ଛୁଟି ସମୟରେ କେବଳ ୨୩ ତାରିଖରେ ଅବକାଶକାଳୀନ ଅଦାଲତ ବସିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଦଶହରା ପାଇଁ ଆସନ୍ତା ୧୯ତାରିଖ ଅର୍ଥାତ ସୋମବାରରୁ ୨୬ତାରିଖ ପର୍ଯ୍ୟନ୍ତ କୋର୍ଟ ଛୁଟି ରହିବ । ୨୩ ତାରିଖ ଅବକାଶକାଳୀନ ଅଦାଲତରେ ତିନୋଟି ବେଞ୍ଚ୍ ବସିବ । ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଏବଂ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗୋଟେ ବେଞ୍ଚ୍ କାର୍ଯ୍ୟ କରିବ । ପୁନର୍ବାର ଉଭୟ ବିଚାରପତି ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଏହି ଛୁଟି ଭିତରେ ୨୧, ୨୨ ଓ ୨୩ ତାରିଖରେ କୋର୍ଟ ଅଫିସ୍ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button