ରାଜ୍ୟ

Hit and-Run Accident: ମଞ୍ଚେଶ୍ୱରରୁ ଡମଣା ସିରିଜ୍‌ ଦୁର୍ଘଟଣା ମାମଲା, ଜଣେ ମୃତ, କିଲର ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୬/୧୦:  ମଞ୍ଚେଶ୍ୱରରୁ ଡମଣା ସିରିଜ୍‌ ଦୁର୍ଘଟଣା  ଘଟାଇବା ମାମଲାରେ ଗୁରୁତରମାନଙ୍କ  ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ।  ତାଙ୍କ ନାମ ଜୟନ୍ତ ମହାପାତ୍ର ।  ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା  ରୁଜୁ କରିଛି । ଦୁର୍ଘଟଣା ଘଟାଇଥିବା ଇଭି କାର୍‌କୁ ପୁଲିସ ଜବତ କରିବା  ସହ କିଲର ଚାଳକକୁ ଗିରଫ  କରିଛି । ତା’ ନାମ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ(୪୮) । ଘର କଟକ  ବଡ଼ମ୍ବା । ସେ କଟକ ବାଦାମବାଡ଼ି  ଝାଞ୍ଜିରମଙ୍ଗଳାରେ ରହୁଥିଲା ।

ଗତକାଲି ରାତି ୯ଟାବେଳେ  ଅଭିଯୋଗକାରୀ ଅଟୋଚାଳକ  ପରମାନନ୍ଦ ସାହୁ ଜୟଦେବବିହାର  ଛକରୁ ଜୟନ୍ତ ମହାପାତ୍ରଙ୍କୁ ଅଟୋରେ  ନେଇ ଆସୁଥିଲେ ।  ମଞ୍ଚେଶ୍ୱର ରେଳବାଇ ହସ୍ପିଟାଲ ସମ୍ମୁଖରେ ହଠାତ୍‌  ସମ୍ମୁଖରୁ ବେପରୁଆ ଭାବେ ଇଭି  ଚଳାଇ ଆସୁଥିବା ପ୍ରକାଶ ଅଟୋକୁ ଧକ୍କା  ଦେଇଥିଲା । ଜୟନ୍ତ ଏବଂ ପରମାନନ୍ଦ  ରସ୍ତାରେ ଛିଟିକି ପଡ଼ିଥିଲେ । ଜୟନ୍ତଙ୍କ  ଉପରେ କାର୍‌ ଚଢ଼ି ଯାଇଥିଲା । ତା’  ପରେ କାର୍‌ ଚାଳକ ଜଣଙ୍କ ସେଠାରେ  ନ ଅଟକି ବାଟସାରା ଦୁର୍ଘଟଣା ଘଟାଇ  ଚାଲିଥିଲା । ଡମଣା ଛକରେ ଦୁର୍ଘଟଣା  ଘଟାଇ ଖସି ଯାଉଥିବା ବେଳେ ପିସିଆର  ପୁଲିସ ଗାଡ଼ିକୁ ଅଟକାଇବାରେ ସକ୍ଷମ  ହୋଇଥିଲା । ପୁଲିସ କାର୍‌ ସହ ଚାଳକ  ପ୍ରକାଶଙ୍କୁ ଧରି ଚନ୍ଦ୍ରଶେଖରପୁର ଥାନାକୁ ନେଇ ଯାଇଥିଲା । ଜୟନ୍ତଙ୍କ  ଅବସ୍ଥା ସଂକଟାପନ୍ନ ହେବାରୁ  ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ  ସ୍ଥାନାନ୍ତର କରା ଯାଇଥିଲା । ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ  ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।  ବ୍ରେଥ୍‌ ଆନାଲାଇଜରରେ କାର  ଚାଳକ ପ୍ରକାଶ ଅତ୍ୟଧିକ ମଦ୍ୟପାନ  କରିଥିବା ଜଣା ପଡ଼ିଥିଲା । ଏନେଇ  ଚନ୍ଦ୍ରଶେଖରପୁର ଥାନା ପୁଲିସ  ମଧ୍ୟ ଏକ ମାମଲା ରୁଜୁ କରିଛି ।

​​​​​​​

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button