ରାଜ୍ୟ
ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ, ପ୍ରାକୃତିକ ସୌନ୍ଦର୍ଯ୍ୟର ଭିନ୍ନ ଅନୁଭୂତି ପାଇବେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ

ବାରିପଦା,୧୬/୧୦: ଆସନ୍ତା ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଚଳିତ ବର୍ଷ ଶିମିଳିପାଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇ ଯାଇଥିଲା । ବର୍ଷା ଛାଡ଼ିବା ପରେ ରାସ୍ତା ମରାମତି ହୋଇଛି । ପର୍ଯ୍ୟଟକଙ୍କ ଯାତାୟାତ ବ୍ୟବସ୍ଥା ଠିକ୍ ହେବା ପରେ ଏହା ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ।
ସୂଚନା ମୁତାବକ, ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଗାଡ଼ି ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ । ସେଥିମଧ୍ୟରୁ ସକାଳ ୫ରୁ ୯ଟା ଯାଏ ୩୫ଟି ଗାଡ଼ି ଯଶିପୁରର କଳିକାପ୍ରସାଦ ପଟୁ ଏବଂ ସକାଳ ୮ରୁ ୯ଟା ମଧ୍ୟରେ ୨୫ଟି ଗାଡ଼ି ବାରିପଦା ପିଠାବଟା ଫାଟକ ଦେଇ ଭିତରକୁ ଯାଇପାରିବେ । ସନ୍ଧ୍ୟା ୬ଟା ସୁଦ୍ଧା ଫେରିବାକୁ ପଡ଼ିବ ।
ସୌଜନ୍ୟ ପ୍ରମେୟ




