Indian Hockey Team: ଭୁବନେଶ୍ୱରରେ ଭାରତୀୟ ହକି ଦଳ, ସୁନା ପୁଅ-ଝିଅଙ୍କୁ ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୧୦; ସଦ୍ୟ ସମାପ୍ତ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳ ଇତିହାସ ରଚିଥିଲେ । ଉଭୟ ମହିଳା ଏବଂ ପୁରୁଷ ହକି ଟିମ୍ ଏସିଆଡରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ । ଏହି ସଫଳତା ପାଇଁ ସୁନା ପୁଅ-ଝିଅଙ୍କୁ ସମ୍ୱର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ନେଇ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ହକି ଟିମ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ଓଡ଼ିଶାର ପାରମ୍ପରିକ ବାଜାରେ ସ୍ୱାଗତ କରାଯାଇଛି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ େମାେହନ ମାଝୀ ଉଭୟ ପୁରୁଷ ଏବଂ ମହିଳା ଦଳକୁ ସମ୍ଭର୍ଦ୍ଧନା କରିବେ । ହକି ଟିମ୍ର ଐତିହାସିକ ବିଜୟକୁ ପାଳୁଛି ଓଡ଼ିଶା । ସନ୍ଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ ।
ଭାରତୀୟ ହକିର ସୁବର୍ଣ୍ଣ ଯୁଗ ପୁଣି ଥରେ ଫେରିଛି ! ଏସୀୟ କ୍ରୀଡ଼ାର ମହାମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଥିଲା । ଜାପାନରେ ଆୟୋଜିତ ଏସିଆନ ଗେମ୍ସରେ ମାଲେସିଆକୁ ମାତ୍ ଦେଇ ଫାଇନାଲ୍ ମ୍ୟାଚ୍ରେ ୫-୧ ଗୋଲ୍ର ଦମଦାର୍ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ କେବଳ ଏକ ସ୍ୱର୍ଣ୍ଣ ପଦକ ନୁହେଁ, ବରଂ ଆଗାମୀ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଥିଲା ଭାରତୀୟ ପୁରୁଷ ହକି ଟିମ୍ । ଏହି ବିଜୟର ସବୁଠାରୁ ବଡ଼ ଏବଂ ଗର୍ବର କଥା ହେଉଛି ଓଡ଼ିଶାର ଗୌରବ! ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଦଳର ଓଡ଼ିଆ ପୁଅ, ଷ୍ଟାର୍ ଫରୱାର୍ଡ ଶିଳାନନ୍ଦ ଲକ୍ରା ଏକ ଚମତ୍କାର ମାଷ୍ଟରକ୍ଲାସ୍ ଗୋଲ୍ କରି ଦଳର ବିଜୟକୁ ସମ୍ପୂର୍ଣ୍ଣ କରିଥିଲ । ସେହିପରି ଆମର ଅନ୍ୟତମ ପ୍ରତିଭାବାନ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଙ୍କ ଦୃଢ଼ ଡିଫେନ୍ସ ଏବଂ ଅଧିନାୟକ ହରମନପ୍ରୀତ ସିଂହଙ୍କ ଜ୍ରାଗ୍-ଫ୍ଲିକିଂ ଜାଦୁ ବଳରେ ମାଲେସିଆ ଟିମ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲା ଭାରତ । ଏହି ସଫଳତା ପାଇଁ ପୁରୁଷ ହକି ଟିମ୍କୁ ଆସି ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୁଷ ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି ।
ସୌଜନ୍ୟ ପ୍ରମେୟ




